STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ପଚାର ନିଜକୁ ଥରେ

ପଚାର ନିଜକୁ ଥରେ

1 min
281

ଅନ୍ୟର ଭୁଲଭାଲ 

ସବୁ ଆଖିକୁ ଜଳ ଜଳ ଦିଶୁଛି।

କେବେ ଥରେ ନିଜ ବିବେକକୁ 

ପଚାରି ଦେଖିଛ ନିଜର କିଛି ଭୁଲ

ରହିଗଲା କି ?

କପଟ ପଶାଖେଳରେ 

ଯେତିକି ଭୁଲ ଦୁର୍ଯ୍ୟୋଧନର 

ଶକୁନି ର 

ଯୁଧିଷ୍ଠିର କିଛି ଭୁଲ ନଥିଲା କି ?

ଦୋଷ ତ ସବୁଠି ଥାଏ 

ଭୁଲ ତ ସବୁରି ହୁଏ

ହେଲେ ଯେ ନିଜକୁ 

ସଜାଡି ବୁଦ୍ଧି ବିବେକ 

ସହ କାର୍ଯ୍ୟ କରେ 

ସେ ହିଁ ପ୍ରକୃତ ମଣିଷ।

ଅନ୍ୟ ଭୁଲ ଆଗେ 

ଆଙ୍ଗୁଠି ଗୁଞ୍ଜିବା ପରିବର୍ତ୍ତେ 

ନିଜକୁ ଟିକେ ସଜାଡ଼।

ପଚାର ନିଜକୁ ଥରେ

ଘରେ ବାହାରେ 

ପିଲାଙ୍କ ପାଖରେ 

କି ବଡ଼ମାନଙ୍କ ଆଗରେ 

ମୋର କିଛି ଦୋଷ ତ୍ରୁଟି

ହେଇଯାଉନି ତ

ତେବେ ସେ ଘର ବୈକୁଣ୍ଠ ସମାନ 

ହେଇଯିବ ।

ସବୁ ମଣିଷ ଏପରି 

ବଦଳିଗଲେ ପୃଥିବୀ ଦେବଭୂମି ପାଲଟିଯିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational