ପଚାର ନିଜକୁ ଥରେ
ପଚାର ନିଜକୁ ଥରେ
ଅନ୍ୟର ଭୁଲଭାଲ
ସବୁ ଆଖିକୁ ଜଳ ଜଳ ଦିଶୁଛି।
କେବେ ଥରେ ନିଜ ବିବେକକୁ
ପଚାରି ଦେଖିଛ ନିଜର କିଛି ଭୁଲ
ରହିଗଲା କି ?
କପଟ ପଶାଖେଳରେ
ଯେତିକି ଭୁଲ ଦୁର୍ଯ୍ୟୋଧନର
ଶକୁନି ର
ଯୁଧିଷ୍ଠିର କିଛି ଭୁଲ ନଥିଲା କି ?
ଦୋଷ ତ ସବୁଠି ଥାଏ
ଭୁଲ ତ ସବୁରି ହୁଏ
ହେଲେ ଯେ ନିଜକୁ
ସଜାଡି ବୁଦ୍ଧି ବିବେକ
ସହ କାର୍ଯ୍ୟ କରେ
ସେ ହିଁ ପ୍ରକୃତ ମଣିଷ।
ଅନ୍ୟ ଭୁଲ ଆଗେ
ଆଙ୍ଗୁଠି ଗୁଞ୍ଜିବା ପରିବର୍ତ୍ତେ
ନିଜକୁ ଟିକେ ସଜାଡ଼।
ପଚାର ନିଜକୁ ଥରେ
ଘରେ ବାହାରେ
ପିଲାଙ୍କ ପାଖରେ
କି ବଡ଼ମାନଙ୍କ ଆଗରେ
ମୋର କିଛି ଦୋଷ ତ୍ରୁଟି
ହେଇଯାଉନି ତ
ତେବେ ସେ ଘର ବୈକୁଣ୍ଠ ସମାନ
ହେଇଯିବ ।
ସବୁ ମଣିଷ ଏପରି
ବଦଳିଗଲେ ପୃଥିବୀ ଦେବଭୂମି ପାଲଟିଯିବ।
