STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ପବିତ୍ର ହୃଦୟ

ପବିତ୍ର ହୃଦୟ

1 min
227


ଆହେ ପ୍ରଭୁ ଦୟାମୟ

ପବିତ୍ର ହୃଦୟ ତୁମ 

ବାଣ୍ଟୁ ଅଛ ଆହ୍ଲାଦ ଭରା 

ସ୍ନେହ ପ୍ରେମ ତୁମ ଠାବେ

ରହୁ ସଦା ଭକ୍ତି ।

ହେଇଯାଉ ଏ ଜୀବନ ଧନ୍ୟ

ଲୋଡା ନାହିଁ ମୋର ଧନ

ସମ୍ପଦ, ମୋତି, ମାଣିକ୍ୟ

ତୁମକୁ ଦର୍ଶନ ମାତ୍ରକେ

ଏ ଚର୍ମଚକ୍ଷୁ ମୋର

ହେଇ ଉଠେ ଉଲ୍ଲସିତ ।

ଭରି ଯାଉଛି ମୋ ଜୀବନେ ପୁଲକ

ବାହି ନେଉଛି ମୋ କୁଟୁମ୍ବ ରଥ

ତୁମେ ତ ବର୍ତ୍ତମାନ ତୁମେ ତ

ଅତୀତ ଭୂତଭବିଷ୍ଯତ

କରିବି କାହିଁକି ଆଉ ଦୁଃଖ

ତୁମେ ରକ୍ଷାକର୍ତ୍ତା ରଖିବ

ଘଣ୍ଟ ଘୋଡାଇ 

ଆସୁପଛେ ଯେତେ ପ୍ରମାଦ ।

କରୁଛି ମୁଁ ପ୍ରତିକ୍ଷଣେ

ତବ ଶ୍ରୀ ଚରଣେ ଆରତୀ

ଢାଳି ମନ ପ୍ରାଣ

ତୁମରି ହୃଦୟରୁ

ଦିଅ ସଦା ଆଶୀର୍ବାଦ

କଟିଯାଉ ଏ ଜୀବନ ।


Rate this content
Log in

Similar oriya poem from Inspirational