ପବିତ୍ର ବନ୍ଧନ
ପବିତ୍ର ବନ୍ଧନ
ମନେ ପଡେ କପରି ଚାହୁଁଥିଲ ମୋ
ଆଡ଼କୁ ବିକଳ ଭାବରେ
ସ୍ମିତହାସ୍ୟ ସହିତ ଏକ ଆଶ୍ଚର୍ଯ୍ୟ ଝୁଲୁ
ଥିଲା ମୋ ମନ ଭିତରେ ।
ସମାଜର ସମସ୍ତ ବିଡ଼ମ୍ବନାର ଶାସିତ
ପାରିଧି ଆଢୁଆଳରେ
ମୋ ହୃଦୟକୁ ଥୋଇ ଦେଇଦେଲି ତ
ତୁମ ପାଖରେ ।
ତୁମ ପ୍ରତି ମୋ ପ୍ରେମ ସମ୍ମୋହନ, ମନେ
ଆଣିଲା ସ୍ଵୀକୃତି ଦେବାରେ
ତୁମକୁ ଦେଖିବାର ଅଭିଳାଷରେ ଆସିଲା
ଏକାଠି ହେବାର ବାହାନାରେ ।
ସମସ୍ତଂକ ଟୁପ ଟାପ ଗୁଡିକୁ ହଳାହଳ ବିଷ
ହେଲେ ମଧ୍ୟ ହୃଦୟେ ପିଇ ନେଲି
ସେତେବେଳକୁ ନିଜର ଅସ୍ତିତ୍ଵକୁ ସବୁଦିନ
ଲିଭେଇ ଦେବାର ସଙ୍କଳ୍ପ କରି ସାରିଥିଲି ।
ପ୍ରେମ ସ୍ୱର୍ଗୀୟ, ନୁହେଁ ଭଲ ପାଇବା ନାମରେ
ମାଲିକାନା ଜାହିରର ସତ୍ତ୍ୱ ପଣ
ବୁଡାଇଲି ନିଜ ଜୀବନକୁ ନିଜେ, ଇଛା ହେଲା
ପ୍ରେମକ ସହ ଜୋଡିବାକୁ ପବିତ୍ର ବନ୍ଧନ ।
ଆସିଲା ମନ ଭିତର ସ୍ୱର୍, କେମିତି ସଜାଡ଼ି
ଏକାଠି ରହିବା ଏକ ପରିବାରେ,
କେବେ ଖାତିର କରିନି ଦୁଃଖ କଷ୍ଟକୁ ନିଜ
ସନ୍ତାନ ପାଇଁ ସମୟ କାଟି ଚାଲିଛିରେ ।