STORYMIRROR

BULU BEHERA

Inspirational Children

3  

BULU BEHERA

Inspirational Children

ପବିତ୍ର ଭାରତ ଭୂଇଁ

ପବିତ୍ର ଭାରତ ଭୂଇଁ

1 min
134

ଆମର ଦେଶ ଭାରତ

ରଖିବା ତାହାର ମହତ,

ତା କୋଳରେ ହସି ଉଠେ

ଶସ୍ୟଶ୍ୟାମଳା କ୍ଷେତ ll


ବହେ ନଦୀ ତା କକ୍ଷ ଚିରି

କୁଳୁକୁଳୁ ତାନ କରି

ଅମୃତ ସେ ଜଳ ରାଶି

ଲାଗଇ  ସୁସ୍ୱାଦୁ ଭାରି ll


ତା ତତରେ ଶୋଭାପାଏ

ସବୁଜ କେଦାର କ୍ଷେତ,

ସେହି ଶସ୍ୟ ଖାଇ ଆମେ

ହେଉଛୁ ଉଦଜୀବିତ ll


ତୋ ଶସ୍ୟକୁ ଭକ୍ଷଣ କରି

କର୍ମଠ ସବୁ ହୁଅନ୍ତି,

ତୋହରି ଗୀତକୁ ଗାଇ

ଆନନ୍ଦେ ନାଚି ଉଠନ୍ତି ll


ଏ ଦେଶର ଯେତେ ବୀର

ଜାଗିସବୁ ଉଠିଛନ୍ତି,

ଭାରତ ମାତାର ଶସ୍ୟ

ଖାଇ ସବୁ ବଢିଛନ୍ତି l l


ଗାନ୍ଧୀ, ଗୋପବନ୍ଧୁ ଠାରୁ

ଯେତେ ସ୍ୱାଧୀନ ସଂଗ୍ରାମୀ

ସାରଳା, କୁନ୍ତଳା ଆଦି

ଯେତେକ ଥିଲେ ଜନମି ll


ଭାରତ ମାତାର ଶସ୍ୟ

ଗଢ଼ିଛି ତାହାଙ୍କୁ ବୀର,

ତାର ପାଣି ପବନରେ

ଲଢ଼ିଛନ୍ତି ଯେ ସମର ll


ଧରମା, ବାଜି ରାଉତ

ଯେତେ ଥିଲେ ଶିଶୁମାନେ

ଗୋରାଙ୍କୁ ଜବାବ ଦେଲେ

ନ ଡରି ବନ୍ଧୁକ ମୂନେ ll


ଏହି ମାଟିର ଶସ୍ୟ ଖାଇ

କର୍ମ ବୀର ସବୁ ହେଲେ,

ଦେଶ ପାଇଁ ଲଢ଼ି ଲଢ଼ି

ସ୍ୱାଧୀନତା ଆଣିଥିଲେ ll


ତାଙ୍କ ପରି ଆମେ ହେବା

ଏ ଦେଶର ଶସ୍ୟ ଖାଇ,

ତାହାରି ସେବା କରିବା

ଜୀବନକୁ  ଆମେ  ଦେଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational