STORYMIRROR

Subhashree Nayak

Tragedy Fantasy

4  

Subhashree Nayak

Tragedy Fantasy

ପାଉଁଜି

ପାଉଁଜି

1 min
129


ପିନ୍ଧିଲି ପାଉଁଜି- ହେଲି

କନ୍ୟା ଭଗିନୀ

ପିନ୍ଧିଲି ପାଉଁଜି ହେବା ପାଇଁ

ଜାୟା ଜନନୀ।

ପାଦରେ ପାଉଁଜି ସେ

ଅବା ଆକଟର ବେଡ଼ି

ଅନ୍ତରଙ୍ଗ ମୁହୂର୍ତ୍ତର ଧ୍ୱନି

ନା ସମାଜର ଅନନ୍ୟ ଶିକୁଳି।

ନୀରବି ଦେଇ ପାଦ ର ଦମ୍ଭ

ଓଠର ପ୍ରତିକୂଳ ଦିଗେ

ଅଧିକାରରୁ ଦୂରରୁ ଦୂରକୁ

ଦାୟିତ୍ଵ କୁ ଜାବୁଡିବାକୁ ବେଗେ।

ପିନ୍ଧିଲି ପାଉଁଜି

ମୃତ୍ୟୁ ହେଲା ପୁଣି ଏକ ଜୀବନ

ଦାୟିତ୍ଵ- କର୍ତ୍ତବ୍ୟ ରୁ ଦୂରେ

ଅପେକ୍ଷାରେ ନୂଆ-ଆଉ ଏକ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy