ପାଉଁଜି
ପାଉଁଜି


ପିନ୍ଧିଲି ପାଉଁଜି- ହେଲି
କନ୍ୟା ଭଗିନୀ
ପିନ୍ଧିଲି ପାଉଁଜି ହେବା ପାଇଁ
ଜାୟା ଜନନୀ।
ପାଦରେ ପାଉଁଜି ସେ
ଅବା ଆକଟର ବେଡ଼ି
ଅନ୍ତରଙ୍ଗ ମୁହୂର୍ତ୍ତର ଧ୍ୱନି
ନା ସମାଜର ଅନନ୍ୟ ଶିକୁଳି।
ନୀରବି ଦେଇ ପାଦ ର ଦମ୍ଭ
ଓଠର ପ୍ରତିକୂଳ ଦିଗେ
ଅଧିକାରରୁ ଦୂରରୁ ଦୂରକୁ
ଦାୟିତ୍ଵ କୁ ଜାବୁଡିବାକୁ ବେଗେ।
ପିନ୍ଧିଲି ପାଉଁଜି
ମୃତ୍ୟୁ ହେଲା ପୁଣି ଏକ ଜୀବନ
ଦାୟିତ୍ଵ- କର୍ତ୍ତବ୍ୟ ରୁ ଦୂରେ
ଅପେକ୍ଷାରେ ନୂଆ-ଆଉ ଏକ ମନ।