ପାଠ ର ମହତ୍ବ
ପାଠ ର ମହତ୍ବ
ପାଠ ଠାରୁ ବଳି ଆନନ୍ଦ ନାହିଁ,
ମୂର୍ଖ ତା' ମୂଲ୍ୟକୁ ବୁଝିବ କାହିଁ?
ପଢିବା ଲୋକଙ୍କୁ ପାଠ ସରଳ,
ମନ ନଦେଲେ ସେ ବଡ ଜଟିଳ।
ପାଠ ପଢି ଆମେ ମଣିଷ ହେବା,
ବାପା ମା'ଙ୍କର ନାଁ ଉଚ୍ଚ କରିବା ।
ପାଠ ଯୋଗୁଁ ଦେଶେ ହୁଏ ବିକାଶ,
ଲୋକଙ୍କ ଜୀବନ ହୁଏ ସରସ।
ପାଠ ପଢି ଲୋକ ହୁଏ ବିଦ୍ବାନ,
ନୂଆ ଜିନିଷ କରେ ଉଦ୍ଭାବନ ।
ପାଠ ଯୋଗୁଁ ଜ୍ଞାନ ବିଜ୍ଞାନ ବଢେ,
ବିଜ୍ଞାନ ଉନ୍ନତ ସମାଜ ଗଢେ।
ଧନ ସମ୍ପଦ ଜ୍ଞାନ ଠାରୁ ହୀନ,
ଜ୍ଞାନ ଲାଗି ପାଏ ମାନ ସମ୍ମାନ ।
ଜ୍ଞାନୀ ପୂଜା ପାଏ ଦେଶେ ବିଦେଶେ,
ଧନୀ ପୂଜା ପାଏ ଆପଣା ଦେଶେ।