STORYMIRROR

Ghanashyam Biswal

Tragedy Others

3  

Ghanashyam Biswal

Tragedy Others

ପାସୋରିଦେଲ କି?

ପାସୋରିଦେଲ କି?

1 min
263

ମନେପଡ଼େ ଆଜି ସେକଥା

ବୋଳିହୁଟି

ମୋ ଦେଶ ଭାରତର ଗାଥା

ବୋଳିହୁଟି

ସୁବର୍ଣ୍ଣର ଥିଲା ଭଣ୍ଡାର

ସତ୍ୟ, ଅହିଂସାର ସାଗର

ସଂସାରେ ପାଉଥିଲା ପୂଜା

ବୋଳିହୁଟି

ସୁଖେ ରହୁଥିଲେ ପରଜା,

ବୋଳିହୁଟି ।


ଜାତି, ଧର୍ମ ସେକାଳେ ଥିଲା

ବୋଳିହୁଟି

ନୀଚମନ କାହା ନ ଥିଲା

ବୋଳିହୁଟି

ସମାଜେ ସଭିଏଁ ସମାନ

ନୁହେଁ କେହି ବଡ଼ କି ସାନ

ବିପଦେ ସହାୟ ହୁଅନ୍ତି

ବୋଳିହୁଟି

ସତ୍ୟ ପଥେ ବାଟ ଚାଲନ୍ତି

ବୋଳିହୁଟି ।


କି ଗ୍ରହର ଦଶା ପଡିଲା

ବୋଳିହୁଟି

ମୋ ଦେଶକୁ ଆଜି ଗ୍ରାସିଲା

ବୋଳିହୁଟି

ହିଂସା, ଅହଂକାର, ଅସତ୍ୟ

ସମାଜକୁ କଲେ ରାଜତ୍ୱ

ଅମଣିଷ ହୋଇ ଚଳିଲେ

ବୋଳିହୁଟି

ନିଜ ସ୍ୱାର୍ଥ ପାଇଁ ମରିଲେ

ବୋଳିହୁଟି ।


କେବେ ଆସିବ ଯେ ସେଦିନ

ବୋଳିହୁଟି

ମୋ ଦେଶ ହୋଇବ ମହାନ

ବୋଳିହୁଟି

ଦେଶ ପାଇଁ ସେବା କରିବେ

ପର ଦୁଃଖେ ସର୍ବେ କାନ୍ଦିବେ

ନରକ ସରଗ ହୋଇବ

ବୋଳିହୁଟି

ଭାରତମାତା ଯେ ହସିବ

ବୋଳିହୁଟି ।



Rate this content
Log in

Similar oriya poem from Tragedy