STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Comedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Comedy

ପାଶେ ବସିଥିଲେ ଆଈ

ପାଶେ ବସିଥିଲେ ଆଈ

1 min
13.5K


ଚିଙ୍ଗୁଡ଼ି ମାଛରେ ଆମ୍ବୁଲ ପକେଇ

ରାନ୍ଧିଥିଲା ଅପା ମୋର

ଜେଜେ ବାପା ସଙ୍ଗେ ଖାଉଥିଲି ମୁହିଁ

ଲାଗୁଥିଲା ଭାରି ଭଲ ।

କାଞ୍ଜିପାଣି ଦେଇ ତୋଡ଼ି ମାଛ ବୋଉ

ରାନ୍ଧିଥିଲା ବାଗ କରି

ଜେଜେ ମାଆ ସଙ୍ଗେ ଖାଉଥିଲି ବସି

ଆସନରେ ଚକା ପାରି ।

ମାଗୁର ମାଛରେ ବସା ଦହି ଦେଇ

ରାନ୍ଧିଥିଲେ ଟି ଭାଉଜ

ଖାଇବା ବେଳରେ ତାଙ୍କରି ସଙ୍ଗରେ

କରୁଥିଲି ମୁଁ ମଉଜ

ମାଇଁ ରାନ୍ଧିଥିଲେ କେରାଣ୍ଡି ମାଛକୁ

ସୋରିଷ ବାଟଣା ଦେଇ

ଅଜାଙ୍କ ସାଙ୍ଗରେ ଖାଉଥିଲି ପରା

ପାଶେ ବସିଥିଲେ ଆଈ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy