Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

ପାରିନାହିଁ କେହି ପାରିବେନି

ପାରିନାହିଁ କେହି ପାରିବେନି

1 min
235



କୋଟିକୋଟି ବର୍ଷ ତଳୁ ରହିଛନ୍ତି-ଅସରପା ମଶା ଝିଟିପିଟି,

ଯେତେ ବିଷଦିଅ ଯେତେମାର ପଛେ ରହିଥିବେ ସିଏ ଲୁଚିଛପି |


ଖଟତଳେ ଲୁଚି ରହିବେ ଓଡ଼ଶ କାମୁଡିବେ ବେଳକାଳ ଦେଖି,

ମରିବେନି ଉଈ ସବୁ ବିଷ ଖାଇ ଆସୁଥିବେ ସାଙ୍ଗ-ସାଥୀ ଡାକି |


ଠକ-ଲାଞ୍ଚଖିଆ ଚୋର ଫିସାଦିଆ ବଞ୍ଚି ରହିଥିବେ ଟାଉଟର,

ଯେତେ ମାଡ଼ଦିଅ ଜେଲକୁ ନିଅ ଫାଶୀଦଣ୍ଡ ପାଇଁ ନାହିଁ ଡର |


ଟେବୁଲ ତଳେ କି ନିରୋଳା ଜାଗାରେ ଅନ୍ଧାର ଭିତରେ କାରବାର,

ସରକାରୀ କଳ ମୂଷାମାନେ ଲୁଚି ଦେଶକୁ କରନ୍ତି ନାରଖାର |


ସୁରକ୍ଷା ନାମରେ ଥାଆନ୍ତି କେତେକ ଚୋରଠାରୁ ସିଏ ଭୟଙ୍କର,

କ୍ଷମତା ବଳରେ ଆମ୍ବରସ ଖାଇ ଟାକୁଆ ବାଣ୍ଟନ୍ତି ଅଫିସର |


ଦୁର୍ନୀତି ଅନ୍ୟାୟ କରୁଛନ୍ତି ଯିଏ ସେମାନଙ୍କ ଚେର ଟାଣ ଭାରି,

ଅତୀତରେ କେହି ପାରିନାହିଁ ତାଙ୍କୁ ପାରିବେନି ଯୁଗଯୁଗ ଧରି | 



Rate this content
Log in

Similar oriya poem from Comedy