STORYMIRROR

Jyotirmoyee Mohanty

Tragedy

3  

Jyotirmoyee Mohanty

Tragedy

ପାରିବକି ଦେଇ

ପାରିବକି ଦେଇ

1 min
165


ଯଦି କେବେ ମାଗିବସେ ତୁମକୁ 

ଆଞ୍ଜୁଳାଏ ଖୁସି 

ଚିରୁଡ଼ାଏ ହସ 

କାଣିଚାଏ ପ୍ରେମ 

ଆଉ କିଛି ମିଠା ମିଠା କଥା 

ପାରିବକି ଦେଇ? 


ଯଦି କେବେ ମାଗିବସେ ତୁମକୁ 

ଚେନାଏ ଆକାଶ 

ସୁରାଏ ଜହ୍ନରାତି 

ମୁଠାଏ ସ୍ବପ୍ନ 

ଆଉ କିଛି ଅଭୁଲା ମୁହୂର୍ତ୍ତ 

ବିଗତ ଦିନର 

ପାରିବକି ଦେଇ? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy