STORYMIRROR

ASHWINI KUMAR BAG

Abstract Tragedy

4  

ASHWINI KUMAR BAG

Abstract Tragedy

ପାରିବି କି ଫେରି ?

ପାରିବି କି ଫେରି ?

1 min
369


ମନରେ କେତେ ଆଶା ନେଇ

ଚାଲି ଆସିଥିଲି ସହରକୁ,

ପେଟ ଚାଖଣ୍ଡ ପାଇଁ ।।

ମୁ ଦିନ ମଜୁରିଆ

ମୋ ପାଇଁ ଯଥେଷ୍ଟ

ଦୁଇ ଯୋଡ଼ା କନା

ପେଟ ପାଇଁ ମୁଠାଏ ଦାନା,

କେବେ ବଡ଼ ଲୋକ ହେବାର

ସ୍ବପ୍ନ ଦେଖି ନାହିଁ ।।


ହେଲେ ଆଶା ଆଶାରେ ରହିଲା

ଆଜି ଏଠି ବି ଚିର ହାହାକାର ।।

ଦି ଧାର ଅସ୍ତ୍ର ଆଗେ 

ଚାଲୁଛି ମୁ ଆଜି,

ଗୋଟେ ପଟେ କରୋନା ସାଧେ ଦାଉ ।

ଅନ୍ୟ ପଟେ ଭୋକର ଜ୍ବାଳା

କରେ ଥରହର ।।


ଏଠି ଜୀବନ ପାଲଟି ଯାଇଛି ଦୁର୍ବହ

ଏଠି ମରିବା ଅପେକ୍ଷା ତ 

ମୋ ଭିଟା ମାଟି ଶହେ ଗୁଣ ଭଲ ।

ସେ ଟିକିଏ ଆଶା ନେଇ

ଚାଲେ ନିତିପ୍ରତି

ଆଜି ଶରୀର ମୋ ଶକ୍ତିହୀନ

କ୍ଳାନ୍ତ ଶିଥିଳ ।।


ଶୁଣି ଥିଲି

ଅରକ୍ଷିତକୁ ଦଇବ ସାହା ।

ହେଲେ ଆଜି ଭାଗ୍ୟକୁ ଆଦରି

ଖୋଜିବୁଲେ ବଞ୍ଚିବାର ରାହା ।।

ତୁମେ ଦେଉଥିବା ମୁଠାଏ

ରିଲିଫ ଦାନା,

ଓଟ ମୁହଁରେ ଜିରା ପରି ।।

ମୋ ଆଖି ଆଗରେ

ମୋ ସନ୍ତାନଙ୍କ ଭୋକିଲା କ୍ରନ୍ଦନ

ମୋ ସ୍ୱାଭିମାନ କୁ ଦେଇଛି ମାରି ।।


ଦୁନିଆ ଠିକ କହେ

ଗରିବର କେହି ନାହିଁ ସାହା,

ଗରିବ ମାଇପ ସବୁରି ଶାଳୀ ।।

ସତେ ଯେମିତି ନିୟତି ସାଧେ ଦାଉ

କରିଛି ମୃତ୍ୟର ପରବାନା ଜାରି ।।


ହେ ଲୀଳାମୟ

ଶୁଣି ପାରୁନି କି ତୁମ କର୍ଣ୍ଣ ଗହ୍ୱର

ମୋ ବିକଳ ଆର୍ତ୍ତନାଦ ।

ଓହୋ ତୁମ ହାତରେ ଆଉ କିଛି ନାହିଁ

ତେଣୁ ବନ୍ଦ ହୁଏ ତୁମ ଉପାସନା ସୌଧ ।।

ତୁମେ ପରା କରିଥିଲ

ଦୁଇ ପଟ ରୋଟିରେ

ହଜାର ଲୋକଂକ କ୍ଷୁଧା ନିବାରଣ ।

କରିଥିଲ ଭକ୍ତର ଉଦ୍ଧାର

ଚକ୍ର ପେଶୀ ନକ୍ର ନାଶିଣ ।।


କୁଆଡେ ଗଲ ହୋ ଅବତାରୀ,

ଈଶ୍ୱରଙ୍କ ଦୂତ, ଈଶ୍ୱର ସନ୍ତାନ ।।

ଆଜି ଖୋଜିବୁଲେ ତୁମରି ସାନ୍ନିଧ୍ୟ

ଦେଖି ପାରୁନ କି 

ମୋ ଅଶ୍ରୁ ରୋଦନ ।।


ପରିବାର ବୋଝ

ମୁଣ୍ଡରେ ବୋଝେଇ ।

ଅବୋଧ ଶିଶୁକୁ

କାନ୍ଧରେ କାନ୍ଧେଇ ,

ରାଜରାସ୍ତାରେ ହୁଏ ଅଗ୍ରସର ।।

ଜାଣେନା ମୁ ପାରିବିକି ଫେରି

ତଥାପି ଚାଲେ ଦମ୍ଭ ଧରି 

ଏଠୁ ମୋ ଲକ୍ଷସ୍ଥଳ ବହୁ ଦୂର ।।


Rate this content
Log in

Similar oriya poem from Abstract