STORYMIRROR

Lalit kumar Swain

Romance Tragedy Classics

3  

Lalit kumar Swain

Romance Tragedy Classics

ପାପୁଲି ରେଖା

ପାପୁଲି ରେଖା

1 min
201


ସେଦିନର ଘର ବଦଳି ଗଲା

ମାଟି ରାସ୍ତା ଆଜି କଳା କିଚି କିଚି ପିଚୁ

ସ୍ୱପ୍ନ ଗୁଡିକ ଆଜି ଖିଲି ଖିଲି ହୋଇ ହସୁଛନ୍ତି

ଓଲାଉଠା ରୋଗ ଆଜି ଇତିହାସ ହୋଇ ସାରିଛି।


ବାବାଙ୍କ ଭବିଷ୍ୟବାଣୀକୁ ବଦଳେଇବାର ପ୍ରୟାସ

ବାରମ୍ବାର ସାବୁନରେ ହାତ ଧୋଇ

କାଦୁଅ ମାଟିରେ ହାତକୁ ଅନେକ ଭିଜେଇଛି

ପାପୁଲିର ରେଖା ଦେଖି ଆଜି ବି ଆଚମ୍ବିତ

ଯେମିତି ଥିଲା ସେମିତି ଅଛି।


ନୀଳ ପାଣିରେ ନାଲି ସୁରୁଜ ଆଉ ଦିଶୁନି

ଲମ୍ବା କୋଠାର ପରଦା ରେ ଆଜି ସବୁ ସଙ୍କୁଚିତ

ଛଅ ଋତୁର ଲମ୍ବା ସମୟ ଆଜି ବଦଳିଛି

ହେଲେ, ତୁମକୁ ମତେ ଅଲଗା କରିଥିବା 

ମୋ ପାପୁଲି ରେଖା ଆଜି ବି ସେମିତି ଅଛି।


କେତେ ସ୍ବପ୍ନଙ୍କୁ ହାତ ପାପୁଲିରେ ତୋଳିଛି

ଆକାଶ କଇଁଆ ପାଖରୁ ଚିଲିକା ମାଛ ପର୍ଯ୍ୟନ୍ତ

ବାଘ ଛେଳି କୁ ଏକାଠି ପାଣି ପିଏଇଛି

ଅସମୟରେ ନିଜ କୋଠରୀ ଋତୁକୁ ବଦଳାଇଛି

ସମୟ ସହ ଅନେକ ସଂଘର୍ଷ କରିଛି

ଆହୁରି ,ପାପୁଲି ରେଖା ଅପରିବର୍ତ୍ତିତ ଅଛି।


ଯଦି ଏଇ ରେଖାର ଏତେ ଆତ୍ମ ଅଭିମାନ

ସମ୍ପୂର୍ଣ୍ଣ ଶରୀର ଧରି, ମୁଁ କାହିଁ ହାର ମାନିବି

ଯଦି ସମ୍ଭବ ହୁଏ, ଶେଷ ପର୍ଯ୍ୟନ୍ତ ଲଢ଼ୁଛି ଲଢ଼ିବି

ପାପୁଲି ରେଖାକୁ ଯଦି ବଦଳାଇ ହେବନି

ସମୟର ନିର୍ଦେଶ ଯଦି ନାମନୀୟ ନୁହେଁ।


ପାପୁଲି ରେଖା ପାଇଁ ମୁଁ କାହିଁକି ବଦଳିବି।

ପାପୁଲି ରେଖା ଯେମିତି ଥିଲା ସେମିତି ଅଛି।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance