STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ପାପୀ ଶଗଡ଼ିଆ

ପାପୀ ଶଗଡ଼ିଆ

1 min
21

 କଳା ପର୍ବତର ହେ ବାଇଆ ହାତୀ !

ଇଚ୍ଛା ଥିଲା ପାପ ଭରା ଶଗଡ଼କୁ

ଭାଙ୍ଗି ରୁଜି ମହୋଦଧିରେ ଦେବାକୁ

ତୋର ଶଗଡ଼ ଯାତରା ଦିନ

କିନ୍ତୁ ହାୟ!

ବାଟରେ ଯାଉ ଯାଉ ଠିକ୍ ବଳଗଣ୍ଡିରେ

ଭାଙ୍ଗି ଗଲା ଚକ ଅଖ,

ହାଲିଆ ଆୟୁଷକୁ ନେଇ

ମୁହଁ ସଞ୍ଜଟାରେ କୁଆଡେ ବା ଯିବି ???

ରହିଗଲି ସେଇଠି 

ମାନେ ଶରଧାବାଲିରେ

ହେ ଜୀବନ ନାଥ !

ଦାସ ପରି ହାତେ ଜାଗା କି

ସାଲବେଗ ପରି ସାତ ହାତ ଜାଗା ମାଗୁ ନାହିଁ,

ମାଗୁଚି ସେଇ ଶରଧା ବାଲିରୁ ମୁଠାଏ ବାଲି 

ବିଞ୍ଚି ଦେବାକୁ ମୋ ପାପ ଶଗଡ଼ ଉପରେ

ବାସ୍ ଏତିକି......l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy