STORYMIRROR

Jayadeba Mahapatra

Tragedy

3  

Jayadeba Mahapatra

Tragedy

ପାଳି

ପାଳି

1 min
25.6K


ଦଶ ମାସ ଧରି ଗରଭେ ମୋହରି
କରି ବାର ଓସା ବ୍ରତ
ଜନମ ଦେଲି ମୁଁ ଯାହାଙ୍କୁ ପ୍ରଭୁ ହେ
ଗୋଡ଼ାଇ ମାରନ୍ତି ନାତ |

ଅତୀତରେ ସାତ ପୁଅର ଜନନୀ
ଭାବି ହେଉଥିଲି ପ୍ରୀତ
ମଣିଷ କରିବା ପାଇଁକି ସହିଛି
ଦୁଃଖ ମୁଁ ଯେ ଅପ୍ରମିତ୍ତ |

ସେହି ପୁଅ ଆଜି ପେଟକୁ ମୋହର
ଦେବା ପାଇଁ ଭାତ ଥାଳି
ଭାଗ ବାଣ୍ଟ କରି ମୋ ସାଥେ ଦିନକୁ
ଦିଥର କରନ୍ତି କଳି |

ବଡ଼ ପୁଅ କହେ ପୋଷିବି ମୁଁ କିଆଁ
ବୋହୂ ତୋର ଦିଏ ଗାଳି
ପୋଷିବୁ ଏଥର ବଉ ତୋତେ ଆମେ
ସାତ ପୁଅ କରି ପାଳି |

ସାନ ପୁଅ ବୋହୂ ବିଦେଶେ ରୁହନ୍ତି
ପାଶେ ତାର ସଳା ଶାଳୀ
ମାଆ ପାଇଁ ତାର ଦରମା ନିଅଣ୍ଟ
କହେ ମୁଁ ପାରୁନି ଚଳି |

ଜଣ ଜଣ କରି ସବୁ ପୁଅ ମୋର
ଜାଣି ନ ଜାଣିଲା ଭଳି
ବୈଠକ ବସେଇ ନିଷ୍ପତ୍ତି କରିଲେ
ପାଳି କରି ଦେବେ ଢାଳି |

ନିଷ୍ପତ୍ତି ମୋହର ଜଣାଇ ସଭିଙ୍କୁ
ପୁରୁଣା ସ୍ମୃତିକୁ ଜାଳି
ବଡ଼ଦାଣ୍ଡେ ତୋର ଆସିଛି କାଳିଆ
ପକେଇ ଦେ ମୋର ପାଳି |

ଭୋଗିବି ପଛକେ ନରକ ଯନ୍ତ୍ରଣା
ଆଖି ମୋର ମଳିମଳି
ଦେହରୁ ପରାଣ ନେଇ ଯା କାଳିଆ
ବଡ଼ଦାଣ୍ଡେ ପଡ଼େ ଟଳି |


Rate this content
Log in

Similar oriya poem from Tragedy