STORYMIRROR

Ashutosh Swain

Abstract

2  

Ashutosh Swain

Abstract

ପାଳ ଦଉଡି

ପାଳ ଦଉଡି

1 min
60

ପାଳ ଦଉଡି !

ରାଜା ହେଉ ବା ପ୍ରଜା

ଧନୀ ବା ଗରିବ

ବାହୁଡାରଥରେ ପାଳଦଉଡି ହିଁ ଲୋଡା

ନା କେଉଁ ପ୍ଲାଷ୍ଟିକ ରସିର

ସେହି ଛଅ ଖଣ୍ଡି କାଠରେ

ପାଳଦଉଡି କାଳେ

ସବୁ ଅଭିମାନ ବାନ୍ଧିନିଏ

ଆଉ ବାନ୍ଧିନିଏ ଏହି କାୟାକୁ

ତଥାପି ମଣିଷ ସୁଧୁରୁନି

କ'ଣ ହେବ ସେ ଅର୍ଥର

ଯାହା ପାଇଁ ସେ ,

ମଣିଷକୁ ପୋକ ମାଛି ପରି ଭାବେ

କ'ଣ ହେବ ସେ ଅହଂକାର ର

ଯାହା ପାଇଁ ସମସ୍ତେ ତୁଛ୍ଛ ହୋଇଯାନ୍ତି

ପାଳଦଉଡି ନଡାରେ ଯେ ବୋଳା

ନଡା !!

ନଡାର ତ ଜୀବନ କାହିଁ ?

ପୁଳେ ନଡାକୁ ବୋଳିଲେ ହୁଏ ପାଳଦଉଡି

ଯାହାର ମଜବୁତର ନାହିଁ ପଟାନ୍ତର

ଏକତା ହିଁ ବଳ ରୀତିରେ

ବାନ୍ଧି ରଖିଛି ଆମକୁ

ଛପରାଳିର ହାତରେ ପାଳଦଉଡି

ଚାଳ-ଛପରରେ ଭାରି ଦରକାରୀ

ଓଲରା ଚାଳକୁ ବତରା ଯାଏ

କେଡେ ସୁନ୍ଦର ସତେ ସେ ପାଳ ଦଉଡି

ପୁଣି କେଡ ଦରକାରୀ

ଯିଏ ଦେଇଥାଏ ଅଜସ୍ର ଶିକ୍ଷା

ଧନ୍ୟ ସେ କାରିଗରକୁ

ଯାହାର କୃତି ଏହି ପାଳଦଉଡି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract