ପାଇଛି ମୁଁ ଶିବ ବର
ପାଇଛି ମୁଁ ଶିବ ବର
ରହି ଉଜାଗର ଜଳାଇ ଜାଗର
ପାଇଛି ମୁଁ ଶିବ ବର l
ବରଦେଇ ହର ଫେରିଯାଇଛନ୍ତି
ତାଙ୍କ କଇଳାସ ପୁର ll
ଅପୂର୍ବ ସେ ବର ମହାଦେବଙ୍କର
ଶୁଣ ଶୁଣ ମନଦେଇ l
ବୃଷଭକୁ ଦେଇ କହିଲେ ବୁଝାଇ
ଏହାକୁ ପାଳିବୁ ତୁହି ll
ଏହି ତୋର ପିତା ଏହି ତୋର ମାତା
କରିବୁନି ଅବହେଳା l
ପିତୃ ମାତୃ ସେବା ଅବହେଳା କଲେ
ବୁଡ଼ିଯିବ ତୋର ଭେଳା ll
ଓଁ ନମଃ ଶିବାୟ ଘୋଷି ହେଉଥିବୁ
ତୁଣ୍ଡେ ରଖିଥିବୁ ସତ୍ୟ l
ଶଠ, ଖଣ୍ଟ, ମିଛ ପାଶେ ନ ପଶିବ
ୁ
ଦୂରେ ରହିଥିବୁ ନିତ୍ୟ ll
ବାଣୀ ସେବା କରି ପାଣି ତୁ ପିଇବୁ
ବାକ୍ୟ ରଖିଥିବୁ ମିଷ୍ଟ l
ବିଦ୍ୟା ସାଧୁଥିବୁ ବିନୟୀ ହୋଇବୁ
ଆସୁ ଯେତେ ପୁଣି କଷ୍ଟ ll
ଏ ମୋର ବଚନ ପାଳିବୁରେ ଧନ
ନିତ୍ୟ ଥିବୁ ମୋତେ ଧ୍ୟାୟୀ l
ସେ ସତ୍ୟ ସୁନ୍ଦର ହୋଇଲେ ଅନ୍ତର
ଏହି ବର ମୋତେ ଦେଇ ll
ଜୟ ଜୟ ହର ହେ ଭୋଳା ଶଙ୍କର
ଜୟ ହେ ଶଙ୍କରୀ ଉମା l
ତୁମ୍ଭ ରୂପ ଧ୍ୟାୟୀ ଚାଲୁଅଛି ନିତ୍ୟେ
ଦୋଷ ଥିଲେ ଦେବ କ୍ଷମା ll