STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପାଇଛି ମୁଁ ଶିବ ବର

ପାଇଛି ମୁଁ ଶିବ ବର

1 min
233

  

ରହି ଉଜାଗର ଜଳାଇ ଜାଗର

    ପାଇଛି ମୁଁ ଶିବ ବର l

ବରଦେଇ ହର ଫେରିଯାଇଛନ୍ତି

   ତାଙ୍କ କଇଳାସ ପୁର ll

ଅପୂର୍ବ ସେ ବର ମହାଦେବଙ୍କର

    ଶୁଣ ଶୁଣ ମନଦେଇ l

ବୃଷଭକୁ ଦେଇ କହିଲେ ବୁଝାଇ

    ଏହାକୁ ପାଳିବୁ ତୁହି ll

ଏହି ତୋର ପିତା ଏହି ତୋର ମାତା

    କରିବୁନି ଅବହେଳା l

ପିତୃ ମାତୃ ସେବା ଅବହେଳା କଲେ

   ବୁଡ଼ିଯିବ ତୋର ଭେଳା ll

ଓଁ ନମଃ ଶିବାୟ ଘୋଷି ହେଉଥିବୁ

    ତୁଣ୍ଡେ ରଖିଥିବୁ ସତ୍ୟ l

ଶଠ, ଖଣ୍ଟ, ମିଛ ପାଶେ ନ ପଶିବୁ

    ଦୂରେ ରହିଥିବୁ ନିତ୍ୟ ll

ବାଣୀ ସେବା କରି ପାଣି ତୁ ପିଇବୁ

    ବାକ୍ୟ ରଖିଥିବୁ ମିଷ୍ଟ l

ବିଦ୍ୟା ସାଧୁଥିବୁ ବିନୟୀ ହୋଇବୁ

   ଆସୁ ଯେତେ ପୁଣି କଷ୍ଟ ll

ଏ ମୋର ବଚନ ପାଳିବୁରେ ଧନ

  ନିତ୍ୟ ଥିବୁ ମୋତେ ଧ୍ୟାୟୀ l

ସେ ସତ୍ୟ ସୁନ୍ଦର ହୋଇଲେ ଅନ୍ତର

  ଏହି ବର ମୋତେ ଦେଇ ll

ଜୟ ଜୟ ହର ହେ ଭୋଳା ଶଙ୍କର

   ଜୟ ହେ ଶଙ୍କରୀ ଉମା l

ତୁମ୍ଭ ରୂପ ଧ୍ୟାୟୀ ଚାଲୁଅଛି ନିତ୍ୟେ

  ଦୋଷ ଥିଲେ ଦେବ କ୍ଷମା ll

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational