STORYMIRROR

ତାରାପ୍ରସାଦ ଜେନା

Abstract

2  

ତାରାପ୍ରସାଦ ଜେନା

Abstract

ପାଗଳ ବାଇଆ ରାଞ୍ଚିକୁ ସଜ

ପାଗଳ ବାଇଆ ରାଞ୍ଚିକୁ ସଜ

1 min
2.7K

ପାଗଳ ବାଇଆ ରାଞ୍ଚିକୁ ସଜ

ନାଆଁକୁ ବାଇଆ ନିନ୍ଦାକୁ ହେଜ


ସାହିତ୍ୟ ଫାହିତ୍ୟ ଜାଣିନି କିଛି

ସଂସ୍କୃତ ଟ୍ରୋଲର ଧିକାର ଅଛି


ସାନ୍ତା-କ୍ଲଜ ପୁଣି ଗୋସାଇଁ ଲେଖା

ସଭି ଶବଦଟା ସଂସ୍କୃତ ଚୋଖା


ସଂସ୍କୃତ ଢୋଲରେ ପଶିଛି ମୂଷା

ଢୋଲ ଗଡ଼ିଲାଣି ଛିଡୁଚି ଆଶା


ଉପରେ ହସକୁ ଭିତରେ କାନ୍ଦ

ଅମାସ୍ୟା ରାତିରେ ଦେଖିବ ଚାନ୍ଦ


କଳ୍ପନା ସୁନ୍ଦରୀ କଳ୍ପଣା ପାଏ

ଡାହାଣା ପାଗଳ ଅନାଇଥାଏ


ଟଙ୍କାକୁ ସାରେନି କିଣିବ ବହି

ନିଜକୁ ଜ୍ଞାନର ଭାବୁଛି ବିହି


ନିର୍ଲଜ ପଛରେ ପାଳିଆ ଦଳେ

ଅଲେଖା ଲେଖାକୁ ଗନ୍ଧିଆ ଚଳେ


ଜ୍ଞାନୀଏ ଦେଖନ୍ତି କପଟ ନୀତି

ବାଣୀ ସନ୍ତାନର ଅଖ୍ୟାତ ରୀତି


ଫୁଲର ବଦଳେ ପକାନ୍ତି ଛେପ,

ମନକୁ ବିଟୋଳ ସାଜିଛି ପାପ


ସାହିତ୍ୟ ଆଳରେ ଗୋତର ମାରୁ

ଅନେକ ଝିଅଙ୍କ ଅଙ୍କଲ ଗୁରୁ


ସତର୍କ ରହିବ ଏଭଳି ପାଜି

ଭାବରେ କଦାପି ଯିବନି ମଜି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract