STORYMIRROR

puja pradhan

Romance Tragedy

3  

puja pradhan

Romance Tragedy

ପାଗେଳୀ

ପାଗେଳୀ

1 min
246

କେମିତି ପାଗେଳୀ ବୁଝେଇବି ତୋତେ

 ମୋ ମନର କିଛି କଥା

ବୁଝାଇ ବୁଝାଇ ହାରି ଯାଇଛି ମୁଁ

 ହେଲେ ବୁଝିନୁ ତୁ ମୋ ମନର ସେ ଅକୁହାକଥା

ପ୍ରେମରେ କାହିଁକି ଏପରି ତୋହର

 ନିଜକୁ ଭୁଲିଯାଇଛି

ପ୍ରତି ମୁହୂର୍ତ୍ତରେ ତୋର ସେହି ପ୍ରତିଛବି

 କାହିଁକି ପାଗଳ କରି ଦେଉଛି

ତୋର ସେହି ହସ ସେହି ଛୋଟ କଥା

 କଜଳ ଭରା ସେହି ନୀଳ ଆଖି

ରୁଣୁଝୁଣୁ ପାଦେ ଯେବେ ଯାଉଚାଲି

 ସେହି ସ୍ୱରରେ ମୋର ଏହି ମନ

 ତୋ ପାଖରେ ହଜାଇ ଦେଲି

 ହାତରେ ତୋହର ଦୁଇପଟ ଚୁଡ଼ି

 ମୋତେ ଡାକି କହୁଥାଏ

କେତେଦିନ ଯାଏ ଚାହିଁରହିଥିବ

 ଜାଣିକି ପାରୁନ ମୁଁ ତୁମକୁ ଭଲପାଏ

କେମିତି କହିବି ମନରେ ମୋହର

 ତୁମପାଇଁ କିଛି ଅଛି

 ପ୍ରେମର ପ୍ରଥମ ପହିଲି ଫଗୁଣ

  କାନରେ କହିଯାଇଛି

 ତୁମକୁ କେବେବି ଭୁଲି ପାରିବିନି

  ଅଭୁଲା ସେ ପ୍ରତି ଅନୁଭୂତି

 କାହାସହ ତୁମେ କଥା ହୋଇଗଲେ

 କାହିଁକି କେଜାଣି ଜଳି ଯାଏ ମୋର ଛାତି

 ନିଜ ଠାରୁ କେତେ ଭଲପାଏ ତୁମକୁ

  ସେକଥା ମୁଁ ହିଁ ଜାଣିଛି

 କାହିଁକି ମୋର ଏହିକଥା ତୁମକୁ

  ମିଛ ଲାଗୁଛି

 ଦୂରେଇନି କେବେ ତୁମଠାରୁ

  ଚାହିଁବି ଦୂରକୁ ଯାଇ ପାରିନି

 ଅବୁଝା ପ୍ରେମିକା ତୁମେ ତ ମୋହର

  ମନରୁ କେବେବି ଭୁଲି ପାରେନି

 ମୋର ଏହି ମନ ସବୁଦିନ ପାଇଁ

  ତୁମ ପାଖେ ରହିଥିବ

 ଯେବେ ଯେବେ ମୋତେ ତୁମେ ଖୋଜିବ

  ତୁମ ପାଖରେ ହିଁ ପାଇବ

 ଛାଇଟିଏପରି ସବୁଦିନ ଲାଗି

  ତୁମପାଖେ ରହିଥିବି

 ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ

  ପାଗେଳୀ ତୋତେ ମୁଁ ଭଲ ପାଇବି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance