STORYMIRROR

Samar Ballav Bhoi

Romance

3  

Samar Ballav Bhoi

Romance

ପାଦର ପାଉଁଜି

ପାଦର ପାଉଁଜି

1 min
293


ମୋ ଭାବନା ସହରେ ତୁମ ଚେହେରାଟା

ନାଚୁଥାଏ ଦିନ ରାତି 

ତୁମ ପାଦ ପିନ୍ଧା ପାଉଁଜି ଶବଦେ

ମନେପଡେ ମୋର ସ୍ମୃତି

ପଚାରିଲି ଯେବେ ଜହ୍ନର ଜ୍ୟୋସ୍ନା କୁ

ଥରୁଥିଲା ମୋର ଛାତି ।। 


ମୋ ମନ ଆକାଶେ ତୁମ ପ୍ରତିଛବି

ଫୁଟୁଥିଲା ଧିରି ଧିରି

ପଚାରିଲି ଯେବେ ପବନ କୁ ଥରେ

ପ୍ରୀୟା ହସୁଥାଏ କିରି କିରି।।


ତୁମେ ଦୁରେ ଥିଲେ ହୃଦୟ ଟା ମୋର 

ସପନେ ତୁମକୁ ଖୋଜେ 

ସୟନ ସପନେ ତୁମ ପାଦ ପିନ୍ଧା

ପାଉଁଜି ଶବଦ ବାଜେ

ରୁଣୁଝୁଣୁ ତୁମ ପାଉଁଜି ଶବଦେ

ହୃଦୟ ତୁମକୁ ଖୋଜେ।।  


ଛପି ଛପି ଆସେ ସପନ ବେଳାରେ

ପାଦର ପାଉଁଜି ପିନ୍ଧି

ନିରବ ନିଶ୍ଚଳ ହୃଦୟଟା ମୋର 

ପ୍ରିୟା ମନେଯାଏ ଛନ୍ଦି।।


ଅମାନିଆ ପ୍ରିୟା ପ୍ରୀତିର ପଣତେ

ଲାଜୁଆ ହସର ଧାରେ 

ଭୁଲିଯାଏ ସବୁ ସୁଖଦୁଃଖ ମୋର

ପାଉଁଜି ଶବଦ ସୁରେ

ମନ ମୋହି ନିଏ ହୃଦୟ ଭିତରେ

ପାଉଁଜି ଶବଦ ତୀରେ।।


ଭାବନା ନଦୀର ହୃଦୟ ପଠାରେ 

ପ୍ରିୟା ପାଦର ପାଉଁଜି ବାଜେ

ପ୍ରେମ ପରିଭାଷା ବୁଝିବା ପାଇଁ କି

ପାଦର ପାଉଁଜି ଖୋଜେ।।


 












 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance