Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Inspirational Others

3  

ପ୍ରଶାନ୍ତ କୁମାର ବେହେରା

Inspirational Others

ପାଦଚିହ୍ନ .........

ପାଦଚିହ୍ନ .........

1 min
244



ବିଶ୍ୱବିଜୟୀଂକ ପାଦତଳେ

ଅଳକାନଦୀର ବାଲୁକା ରାଶିକୁ ଚାହିଁ

ଖୋଜୁଥିଲି ସେଇ ଅଗ୍ରଗାମୀ ପୁରୁଷ ପୁଂଗବ

ପାଦଚିହ୍ନ ।


ଜିଜ୍ଞାସା ଓ ଅନ୍ୱେଷାର ନୀଳ ଉତ୍ତାପରେ

ମୁଁ ଥିଲି ସ୍ପନ୍ଦିତ

ଓ ପୁଲକ ପ୍ଲାବିତ ।


କାଳ ତା'ର କ୍ଷିପ୍ରତମ ପକ୍ଷ ମେଲି

ପ୍ରଦକ୍ଷିଣ କରି ଚାଲିଥିଲା

ତା'ର ଚକ୍ରାକାର ପଥ ।


ସେଇ ଚକ୍ରାକାର କାଳଗତି ଆଜି

ଗୋଟିଏ ମୁହୂର୍ତ୍ତ ପାଇଁ ସ୍ଥିର ହୋଇଯାଇଛି

ପୁନଶ୍ଚ ଏଇଠି ।


ବିଶ୍ୱ ବିଜୟୀଂକ ପାଦତଳେ

ପୁନଶ୍ଚ ମୁଁ ଆଜି ଏକାକୀ ।


ଦୃଷ୍ଟି ମୋର ପ୍ରସରିଛି

ଲୁପ୍ତପ୍ରାୟ ଅଳକା ନଦୀର 

ବିପର୍ଯ୍ୟସ୍ତ ତଟଦେଶ ଯାଏ


କିନ୍ତୁ ଆଜି ମୁଁ ଆଉ ଖୋଜୁନାହିଁ 

ଅଳକା ବାଲିରେ 

ପୂତ ପାଦଚିହ୍ନ ।


ଖୋଜୁଛି କେବଳ ସେଇ ପାଦଚିହ୍ନ

ମୋର ଛାତ୍ରଛାତ୍ରୀଙ୍କ

ହୃଦୟ ଓ ମାନସ ପଟରେ ।



Rate this content
Log in

Similar oriya poem from Inspirational