ପାଦ
ପାଦ
ଆଜି ମୋ ଝିଅ ପ୍ରଥମ କରି
ତାର କୁନି କୁନି ପାଦରେ ଚାଲୁଛି,
କେତେ ସୁନ୍ଦର ସେହି ମୁହୂର୍ତ୍ତ
ମୋ ଜୀବନରେ ଖୁସି ଭରିଦେଇଛି l
କେବେ ଚାଲୁ ଚାଲୁ ଝୁଣ୍ଟି ପଡୁଛି
କାନ୍ଦି,କାନ୍ଦି ମାଆ, ମାଆ ଡାକୁଛି,
କେବେ ନିଜେ ତାର କୁନିପାଦରେ
ଛିଡାହେଇ ପାଖକୁ ମୋ ଆସୁଛି l
ତାକୁ ଦେଖି ମୋ ପରିବାର ଲୋକ
ତା ପାଖକୁ ଧାଇଁ ଆସୁଛନ୍ତି,
ଛମ, ଛମ ତାର ପାଦର ପାଉଁଜି
ଆ ମୋ ଧନ ପାଖକୁ ଡାକୁଛନ୍ତି l
କଥା କାହାର ମାନୁନି ମୋ ଗେଲି
ଏକା ଏକା ଯାଉଛି ଚାଲି,
କିଏ ତାକୁ ସ୍ନେହରେ ଧରିପକେଇଲେ
ଭୂଇଁରେ କାନ୍ଦି ଗଡୁଛି ଖାଲି l
ଆହା କି ସୁନ୍ଦର ସେହି ପ୍ରତ୍ୟେକ ସମୟ
ଚାଲି ତାର କୁନି କୁନି ପାଦର,
ସମସ୍ତଙ୍କ ମନ କିଣି ନେଇ
ପରିବାରକୁ ମୋ କରିଛି ନିଜର l
