ପାଦ
ପାଦ
ଚାଲିବା ବେଳେ ତ କେହି ନ ଭାବନ୍ତି
କିଏ ଆଗ କିଏ ପଛ
ଦୁଇ ପାଦ ଦେଇ ଏକାଠି ଚାଲିଲେ
ଚାଳିବାଟା ହୁଏ କଷ୍ଟ
ଗୋଟିଏ ପାଦ ତ ଆଗରେ ପଡିଲେ
ପଛେ ଥାଏ ଆଉ ଏକ
ପଛେ ଥାଏ ଯିଏ ସଦା ଭାବେ ସିଏ
ରଖିବି ମୋହରି ଟେକ
ରାଗ ଅଭିମାନ ନାହିଁ ଅପମାନ
ଆଗ ପଛ ଚାଲୁଥିଲେ
ଦୁହେଁ ଦୁହିଁଙ୍କର ଲୋଡ଼ା ତ ସର୍ବଦା
ଏହିକଥା ଭାବୁଥିଲେ
ଭାବନ୍ତି ତ ଦୁହେଁ ସମୟ ଆସିଲେ
ବଦଳିବ ତାଙ୍କ ଗତି
ନିୟତି ଖେଳରେ ସଭିଏଁ ଚାଳନ୍ତି
ସେତ ଅଗତିର ଗତି
