STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ପାଦ ଥାପିଦେଲେ

ପାଦ ଥାପିଦେଲେ

1 min
174

ପାଦ ଅଟେ ଅଙ୍ଗ ଆମ ଶରୀରରେ

ଚଳପ୍ରଚଳ ମାଧ୍ୟମ,

ସୁଷମ ଆହାର ସୁସ୍ଥ ଯେ ଶରୀର

ବଳବାନ ହୁଏ ସମ।


ପାଦଟି ସୁନ୍ଦର ଥିଲେ ଶରୀରରେ

ଦିଶୁଥାଏ ଲକ୍ଷ୍ମୀ ପାଦ

ସୁନ୍ଦର ସୁଢ଼ଳ ସ୍ଵଚ୍ଛ ପାଦ ପାଇଁ

ହୋଇବା ସଦା ଚେଷ୍ଟିତ।


ପାଦ ସ୍ଵଚ୍ଛ ଥିଲେ ଶରୀରର ରକ୍ଷା

ମିଳିବ ରୋଗ କଷ୍ଟରୁ।

ପାଦର ଯତ୍ନ ନେବା ଶରୀରକୁ 

 ସ୍ଵଚ୍ଛ କରିବା ପୂର୍ବରୁ।


ବନ୍ଧୁ ଘରେ ପାଦ ଥାପିଦେଲେ ବନ୍ଧୁ

କେତେ ଖୁସି ହୋଇଥାନ୍ତି,

ମାମୁଁ ଘରେ ଭଣଜା ପାଦ ଥାପିଲେ

ମାମୁଁ ଧନ୍ୟ ହୋଇଯାନ୍ତି।


ଶ୍ଵଶୁର ଘରେ ଜ୍ଵାଇଁ ଆଉ

ବାପଘରେ ପୁଣି ଝିଅ,

ବଡ଼ଦାଣ୍ଡେ ଥରେ ପାଦ ଥାପିଦେଲେ

ନର ଜନ୍ମୁ ମୁକ୍ତି ପାଅ।


ବାଇଶି ପାହାଚେ ପାଦ ଥାପିଦେଲେ

ସ୍ଵର୍ଗସୁଖ ମିଳିଯାଏ,

ଶ୍ରୀମନ୍ଦିରେ ପାଦ ପଡିଗଲେ ଜାଣ

ଆତ୍ମା ମୋକ୍ଷ ପାଇଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational