STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ଓଁ ଶାନ୍ତି ଓଁ ଶାନ୍ତି ଓଁ

ଓଁ ଶାନ୍ତି ଓଁ ଶାନ୍ତି ଓଁ

1 min
268


ହେ ସଚ୍ଚିଦାନନ୍ଦ ପରଂବ୍ରହ୍ମ 

ଶାନ୍ତି କେଉଁ ବଜାରରେ 

ମିଳୁନି କି ମିଳେନି 

ଶରଣାପର୍ଣ୍ଣ ର ଶୁଣ ଦୟିନୀ 

ପ୍ରଭୁ ମତେ ଅଷ୍ଟ ଅଇଶ୍ୱର୍ଯ୍ୟ ନୁହେଁ 

ଶାନ୍ତି ଟିକେ ପଣତେ ଢାଳି ଦିଅନ୍ତନି 

ଭୟ ଜରା ବ୍ୟାଧି ରୋଗ

ପାଖ ପଶିପାରନ୍ତେନି 

ଦିବ୍ୟ ଔଷଧ ଶାନ୍ତି ଖୋଜି 

ହେଲିଣି ମୁଁ ବାୟାଣୀ 

ନିଶ୍ୱାସ ପ୍ରଶ୍ୱାସରୁ 

ବିଶ୍ୱାସର ସହଭାଗିନୀ 

ଓଲଟା ଫଳାଫଳ ରେ ଦ୍ୱିରୁକ୍ତି ଲଭିନି 

ଲାଭ କ୍ଷତିର ହିସାବ କରୁନି 

ଖାଲି ଟିକେ ଶାନ୍ତି ପାଇଁ ମାଗୁଣି 

ବିଦ୍ୟାଳୟ ପ୍ରେକ୍ଷାଳୟ ଦେବାଳୟ 

ସବୁଠାରେ ଶାନ୍ତି ହେଉ ଆବାହନୀ 

ଭୌତିକ ଶାତ୍ଵିକ ତାତ୍ୱିକ 

ଅବା ମାଙ୍ଗଳିକ 

କର୍ତ୍ତବ୍ୟ କର୍ମରେ ଶାନ୍ତି ଏକମାତ୍ର 

ପ୍ରାଣପ୍ରଦାୟିନୀ 

ଆସ୍ୱାଶନା ଆସ୍ତି ଓ ସ୍ବସ୍ତି ପ୍ରଦାୟିନୀ 

ଭୟର ଉର୍ଦ୍ଧରେ ସଂଜୀବନୀ 

ଯାହା ଆର୍ଶୀବାଦ ବିନା ପାଇହେବନି 

ହେ ପରଂବ୍ରହ୍ମ ଅନାଦି ସତ୍ୟ ସନାତନୀ 

ଓଁ ଶାନ୍ତି ଶାନ୍ତି ଶାନ୍ତି ର 

ସମାହାରେ ସମାରୋହ 

ମଙ୍ଗଳ କଲ୍ଲୋଳ ଗାୟନୀ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics