STORYMIRROR

Trushna Das

Inspirational

4  

Trushna Das

Inspirational

ଓଁ ଗଣ ଗଣପତି ବାବା

ଓଁ ଗଣ ଗଣପତି ବାବା

1 min
61

ଓଁ ଗଣ ଗଣପତି ବାବା

ବିଘ୍ନ ବିନାଶକ ଦେବତା

ତୁମେ ଯେ ଜ୍ଞାନ ଦେବତା

ତୁମେ ଯେ ସର୍ବ ରକ୍ଷାକର୍ତ୍ତା।


ଓଁ ଗଣ ଗଣପତି ବାବା

ତୁମେ ଯେ ଜ୍ଞାନ ଭଣ୍ଡାର

ତୁମେ ଦୂର କର ଯେ ଅଜ୍ଞାନର ଅନ୍ଧକାର 

ଆଣ ଯେ ତୁମେ ନୂତନ କିରଣ ଜ୍ଞାନର।


ଓଁ ଗଣ ଗଣପତି ବାବା

ତୁମେ ଯେ ଅଗ୍ର ପୂଜ୍ୟ ଦେବତା

ତୁମେ ଯେ ବିଦ୍ୟାର ଦେବତା

ତୁମେ ଯେ ବିଘ୍ନ ନାଶକ। 


ଓଁ ଗଣ ଗଣପତି ବାବା

ମହାଦେବଙ୍କ ପୁତ୍ର 

କାର୍ତ୍ତିକେଶ୍ୱରଙ୍କ ଭାତା

ଜନ୍ମ କରିଛନ୍ତି ତୁମକୁ ପାର୍ବତୀ ମାତା, ଆଦି ମାତା। 


ଓଁ ଗଣ ଗଣପତି ବାବା

ହେ ବିଘ୍ନ ବିନାଶକାରୀ 

ତୁମେ ଯେ ସଙ୍କଟ ହରଣକାରୀ

ଆଜି ସମଗ୍ର ବିଶ୍ୱ ପଡିଛି ସଙ୍କଟରେ

ଜଗତକୁ ଗ୍ରାସ କରିଛି କରୋନା ଯେ। 


ଓଁ ଗଣ ଗଣପତି ବାବା

ସାରା ଜଗତ କହୁଛି ତ୍ରାହି ତ୍ରାହି 

ରକ୍ଷା କର ହେ ବିଘ୍ନାୟକ ଗୋସାଇଁ ।


ଓଁ ଗଣ ଗଣପତି ବାବା

ଭକ୍ତର ଦୁଃଖ ତୁମେ ନ ସହି ପାର

କେଉଁଠି ଅଛ ହେ ବିନାୟକ, ବିଦ୍ୟାର ଭଣ୍ଡାର। 


ଓଁ ଗଣ ଗଣପତି ବାବା

ହଲାଇ ତୁମ ବକ୍ରତୁଣ୍ଡ 

କର ଦୂର ବିଧାତାଙ୍କର ଏ ଦଣ୍ଡ।


ଓଁ ଗଣ ଗଣପତି ବାବା

ପାପ, ବିଘ୍ନକୁ କଲା ପରି ନାଶ

କରୋନାକୁ କର ଗ୍ରାସ 

ଆମ ସମସ୍ତଙ୍କୁ ରକ୍ଷା ହେ ବିନାୟକ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational