STORYMIRROR

Birakishore Nayak

Tragedy

3  

Birakishore Nayak

Tragedy

ଓମିକ୍ରନ

ଓମିକ୍ରନ

1 min
127


 


ବିଶ୍ୱେ ଆସେ କେତେ ଝଡ ଝଞ୍ଜା ଅବା

      କେତେ ରୋଗ ମହାମାରୀ,

ସବୁ ସହିବାକୁ ପଡେ ମଣିଷକୁ

      ବିପଦକୁ ସାମ୍ନା କରି ।


ଅତି ସୂକ୍ଷ୍ମ ଭାବେ ଆସିଲା କରୋନା

      ବିଶ୍ଵସlରା ବ୍ୟାପିଗଲା,

ପ୍ରଥମେ ଗ୍ରାସିଲା ଚୀନ ଦେଶକୁ ସେ

     ତିବ୍ରେ ଅନ୍ୟ ଦେଶେ ହେଲା ।


ରୋଗୀକୁ ଛୁଇଁଲେ ରୋଗ ବ୍ୟାପିଗଲା

     ଚହଳ ପଡିଲା ବିଶ୍ୱେ,

ଲକ୍ଷ ଲକ୍ଷ ଲୋକ ଚାହୁଁ ଚାହୁଁ ମଲେ

     ଭଲ ହେଲେ ମାତ୍ର କେତେ ।


ଏ ପର୍ଯ୍ୟନ୍ତ ତାର ସଠିକ ଔଷଧ

     ବାହାରିନି ଜଗତରେ,

ଯାହା ବାହାରିଛି ପ୍ରତିଷେଧକ ସେ

      ରୋଗରୁ ସେ ରକ୍ଷା କରେ ।


କରୋନା ଭୁତାଣୁ ରୂପ ବଦଳାଇ

      ଆସିଲା ଡେଲଟା ରୂପରେ,

କରୋନାର ତାହା ଦ୍ଵିତୀୟ ଲହର

      ସଂକ୍ରମଣ ବହୁ କରେ ।


ଡେଲଟା ଯାଇନାହିଁ ରୂପ ତାର ପୁଣି

&nbs

p;    ବଦଳିଛି ନୂଆ ରୂପେ,

ଓମିକ୍ରନ ନାମେ ନାମିତ ହୋଇଛି

     ଗୁଣ ବଦଳିଛି କେତେ ।


ଆଫ୍ରିକାରେ ଏହା ପ୍ରଥମେ ଚିହ୍ନଟ

      ସଂକ୍ରମଣ ବଢିଚାଲେ,

ରୋଗୀ ବାହୁଡ଼ିଲେ ନିଜର ଦେଶକୁ

      ରୋଗର ବାହକ ହେଲେ ।


କିଏ କହେ ଏହା ମହା ଭୟଙ୍କର

      କିଏ ବା କହୁଛି ନୁହେଁ,

ପ୍ରତିଷେଧକର ଟୀକା ଯେ ନେଇଛି

      ଭଲ ହୋଇଯିବ ସିଏ ।


ଓମିକ୍ରନ ପାଇଁ ଆରମ୍ଭ ହେଲାଣି

      କଟକଣା ଦେଶେ ଦେଶେ,

କରୋନା ନିୟମ ମାନି ଚଳିବାକୁ

      ପ୍ରରୋଚନା ନିତି ଆସେ ।


ଜନ ଗହଳିକୁ ଯିବାପାଇଁ ମନା

      ବାଧ୍ୟ ମାସ୍କ ବ୍ୟବହାର,

ଘରକୁ ଫେରିଲେ ଭଲେ ହାତଧୁଆ

      ତାର ଭଲ ଉପଚାର ।


      

      

      


Rate this content
Log in

Similar oriya poem from Tragedy