STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

ଓମିକ୍ରନ

ଓମିକ୍ରନ

1 min
353

କେତେ ଢଙ୍ଗରେ

କେତେ ନାମରେ

ତୁମର ପ୍ରସ୍ଥାନ

ସାଧାରଣ ଲୋକଟି

ଜାଣିଛି ମାରିବ ଯିଏ

ତାରିବ ସିଏ ଈଶ୍ୱର

ସର୍ବଶ୍ରେଷ୍ଠ କାରିଗର

ବିଜ୍ଞାନ କି ପୋଥି ପୁରାଣ

ସବୁ ତ ତାଙ୍କ ମାୟାର କାରଣ ।

ଏହି ମଣିଷଙ୍କୁ ଏଠିକି ପଠେଇ

ଏମାନଙ୍କୁ ରହିବା ଖାଇବା

ସମସ୍ତ ବ୍ୟବସ୍ଥାକରି

ପୁଣି କାଳ ପୁରିଲେ

ମୃତ୍ୟୁକୁ ବରଣ

ସବୁର ସେ ମାୟାଧର

କରୁ କରାଉଥିବି ମୁହିଁ

ତାଙ୍କ ବିନା ଅନ୍ୟଗତି ନାହିଁ

ମରିଗଲେ ସରିଗଲା

ବିଜ୍ଞାନ ବି ହାରମାନିଲା

ବଞ୍ଚିଗଲେ ବିଜ୍ଞାନ ଜିତିଲା

ଏହି ତ ଅଜ୍ଞାନ ମନ ।

ଥରେ ଦେଖ ତାଙ୍କର କୃତି

ଯାହାଙ୍କ ସଂସାର ରଚନା

ପବନ ଦେହରେ ଜୀବନ

ଜଳରେ ତୃଷା ନିବାରଣ

ମୃତ୍ତିକାରୁ ବୃକ୍ଷଲତା

ସୂର୍ଯ୍ୟଙ୍କ ରଶ୍ମିର ଦିବାଲୋକ

ଆକାଶର ମନ

ପଞ୍ଚଭୂତର ଶରୀର

ଭିତରେ ବ୍ରହ୍ମଙ୍କ ସନ୍ଧାନ

ଓମିକ୍ରନ ଆସୁ କି ଆଉକିଛି

ନୂଆରୂପ ଭୂତାଣୁ ଗୁଡିକ

ତାକୁ ସାମନା କରିବାକୁ

ଭିତର ତତ୍ତ୍ୱକୁ ଏବେ କରିବା ସନ୍ଧାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational