ଓଡିଶା ପ୍ରସିଦ୍ଧ
ଓଡିଶା ପ୍ରସିଦ୍ଧ
ଓଡିଶା ରାଇଜେ ଘର ମୋର ଅଟେ
ଯା' ନାମ ଥିଲା କଳିଙ୍ଗ,
ଏଇ ଓଡିଶାର ଐତିହ୍ୟକୁ କେହି
କରି ପାରି ନାହିଁ ଭଙ୍ଗ ।
ଜଗନ୍ନାଥ ଧାମ ପୁରୀ ବିଶ୍ବେ ଖ୍ଯାତ
ଶଙ୍ଖ କ୍ଷେତ୍ରେ ପରିଚିତ,
ମନ୍ଦିର ମାଳିନୀ ରାଜଧାନୀ ଆମ
ଏକାମ୍ର ନାମେ ବିଦିତ ।
ବାରବାଟୀ ଦୁର୍ଗ କଟକେ ପ୍ରସିଦ୍ଧ
ଅଟେ ପୁରାତନ କୀର୍ତ୍ତି,
କାକଟପୁରରେ ମଙ୍ଗଳା ମନ୍ଦିର
ଧଉଳିରେ ବୌଦ୍ଧ ମୂର୍ତ୍ତି ।
ଖଣ୍ଡଗିରି ଗୁମ୍ଫା ଜୈନ ସ୍ତୁପ ପୁଣି
କୋଣାର୍କ ସୂର୍ଯ୍ୟ ମନ୍ଦିର,
ଅର୍କକ୍ଷେତ୍ର ନାମେ କୋଣାର୍କ ବିଦିତ
ଗଦାକ୍ଷେତ୍ର ଯାଜପୁର ।
ଉଦୟଗିରିର ହାତୀ ଗୁମ୍ଫା ଠାରେ
ଖାରବେଳଙ୍କ ସ୍ଥାପତ୍ଯ,
ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ବାବା
ହୋଇଥାନ୍ତି ଆଧିପତ୍ୟ ।
ସମ୍ବଲପୁରରେ ଭରି ରହିଅଛି
କଳା ସ୍ଥାପତ୍ଯର ଖଣି ,
ଚିଲିକାର ନୀଳ ଜଳରାଶି ଦେଖି
ମନ ଲାଖିଯାଏ ପୁଣି ।
ଖୋର୍ଦ୍ଧାର ପାଇକ ଯୋଦ୍ଧା ମାନେ ପୁଣି
ରଖିଲେ କଳିଙ୍ଗ ଯଶ ,
ଆମ ଐତିହ୍ୟର ସମ କେହି ନୁହେଁ
ବିଦିତ ଏ ସାରା ବିଶ୍ବ ।
