Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Shakti Prasad Das

Inspirational

3  

Shakti Prasad Das

Inspirational

ଓଡିଆ ନୂଆବର୍ଷ

ଓଡିଆ ନୂଆବର୍ଷ

1 min
254


 

ଓଡିଆ ନବୀନ ବର୍ଷ କେଡେ ଶୁଭ ଦିନ !

ଜନ୍ମିଥିଲେ ଏହି ଦିନ ବୀର ହନୁମାନ ।।


ସମ୍ବିଧାନ ପ୍ରଣୟିତା ମଧ୍ୟ ଏହି ଦିନ,

ହୋଇ ଜନ୍ମ ବଢାଇଲେ ଦେଶର ସୁନାମ ।।


ଚୈତ୍ର ମାସ ହୁଏ ଶେଷ, ବୈଶାଖ ଆରମ୍ଭ ।

ଆରମ୍ଭଇ ପ୍ରକୃତିର ବିଶୋଧନ ପର୍ବ ।।


ଜୀବନଟି ଯେଉଁ ଜଳ ଯେବେ ସେ ଦୂଷିତ ।

ହୁଏ ସୃଷ୍ଟି ରକ୍ଷା ଅର୍ଥେ ହୋଇ ବ୍ୟବହୃତ ।।


ନାଳ ନର୍ଦ୍ଦମାରେ ଅବା ପୋଖରୀରେ ଥାଇ,

ଅବା ମିଶେ ସମୁଦ୍ରରେ ଲବଣାକ୍ତ ହୋଇ ।।


ନିଦାଘ କାଳରେ ତାହା ସୂର୍ଯ୍ୟ ନାରାୟଣ,

ଶୋଷି ନେଇ ବିରଚନ୍ତି ମେଘମାଳା ମାନ ।।


ସୃଷ୍ଟିର କଲ୍ୟାଣ କାର୍ଯ୍ୟେ ହୋଇ ସେହୁ ବ୍ରତୀ ।

ଆଳସ୍ୟ, ସଂକୋଚ ଅବା ଘୃଣା ନ କରନ୍ତି ।।


ବିବେକୀ ରାଜା ଯେପରି ରାଜସ୍ବ ନିଅଇ,

ପରବର୍ତ୍ତୀ କାଳେ ତାହା ପ୍ରଜା ହିତ ପାଇଁ,


ବିତରଇ, ଅବା ତାକୁ କରେ ଉପଯୋଗ

ପ୍ରଜା ହିତେ, ନ କରିଣ ନିଜେ ଉପଭୋଗ ।


ସେପରି ଦୂଷିତ ଜଳ ନିଦାଘ ଯେ ନେଇ ।

ବିଶୋଧନ କରି ତାହା ଦିଏଟି ଫେରାଇ ।।


ଉପରକୁ ଦିଶେ ଗ୍ରୀଷ୍ମ ଅତି ଭୟଂକର ।

କିନ୍ତୁ ସୃଷ୍ଟି ହିତେ ତା’ର ଚିତ୍ତ ନିରନ୍ତର ।।


ପୃଥିବୀରୁ ନେଇ ସେହୁ ଅପବିତ୍ର ଜଳ ।

ନିଜ ଉଗ୍ର ତେଜେ ତାକୁ କରଇ ନିର୍ମଳ ।।

 

ଏପରି ଶୁଭ ମୁହୂର୍ତ୍ତ ଥିବ ଆଉ କାହିଁ,

ପାଳିବାକୁ ନବ ବର୍ଷ ଉତ୍ସବ ମନାଇ ?


ଓଡିଶାର ସବୁ କିଛି ଅତି ଅନୁପମ ।

ଜଗତ ଭିତରେ ସେହୁ ମୋର ପ୍ରିୟତମ ।।


ତା’ର ରୂପ ଗାରିମାର ନାହିଁ ଯେ ତୁଳନା ।

ଉତ୍କୃଷ୍ଟ କଳାର ଦେଶ ଜଗତେ ଅନନ୍ୟା ।।


ସବୁଠାରୁ ରମ୍ୟ ମଧ୍ୟ ନୂଆ ବର୍ଷ ତା’ର ।

କି ଦେବି ଉପମା ଯା’ର ନାହିଁ ପଟାନ୍ତର ।।


ପବିତ୍ର ଏ ଦିବସର ହେଉ ଅନୁଚିନ୍ତା ।

ସମୃଦ୍ଧ ଓଡିଶା ଉଠୁ ଲଭି ନବ ଚେତା ।।


ନୂତନ ଉତ୍ସାହ ଆଉ ନବ ଜାଗରଣ ।

ଓଡିଆ ପ୍ରାଣରେ ଆଣୁ ନୂଆ ଶିହରଣ ।।


ପୂର୍ବର ସମୃଦ୍ଧି ଆଉ ଗୌରବ ପୂର୍ବର ।

ଫେରି ଆସୁ ଲଭି ପୁଣି ନବ କଳେବର ।।


ତାହା ଦେଖି ପୂର୍ବସୂରି ହୋଇବେ ସନ୍ତୋଷ ।

ଚଳାଉଥିଲେ ଯେ ଦିନେ ଜାତି ନନ୍ଦିଘୋଷ ।।



Rate this content
Log in