STORYMIRROR

Bijaya Panda

Abstract

3  

Bijaya Panda

Abstract

ଓଡ଼ିଆ ଙ୍କ ପ୍ରିୟ ବ୍ୟଞ୍ଜନ

ଓଡ଼ିଆ ଙ୍କ ପ୍ରିୟ ବ୍ୟଞ୍ଜନ

1 min
295

ହୁଏତ ଏ କବିତା ପଢ଼ି ଲାଗିବ

ଏଇଟା କି କବିତା ଯେ ?

ହଁ କବିତା ନୁହେଁ ତ ମନର କଥା

ପାଟିରୁ ପେଟ ଯାଏଁ ସୁଆଦିଆ ଖାଦ୍ୟର କଥା


ଅନେକ ଓଡ଼ିଆ ଙ୍କ ପ୍ରିୟ ଖାଦ୍ୟ ମୁଢି

ଆଉ ପଖାଳ

ମୁଢ଼ି ଚାଷୀ ଠୁଁ ସହରୀ ବାବୁଙ୍କ ଯାଏଁ

ସମସ୍ତ ଙ୍କ ପ୍ରିୟ

ସେମିତି ପଖାଳ ବି ଘରେ ଘରେ ଆଦୃତ

ଯେମିତି ଓଡ଼ିଆ ଙ୍କ ପରିଚୟ

ସେଥିପାଇଁ ତ ଆମେ ପଖାଳ ଦିବସ ବି ପାଳୁ

ପଖାଳ ସଂଗେ ବଡ଼ି ଚୁରା ଶାଗ ଆଃ

ଯେମିତି ସ୍ୱର୍ଗୀୟ ଆନନ୍ଦ

ସେମିତି ମୁଢ଼ି ସହ ପିଆଜ ଆଉ ଚେନାଚୁର

ଓଡ଼ିଆ ଙ୍କ ଅତିପ୍ରିୟ

ମାଂସ ଝୋଳରେ ମୁଢ଼ି

କ୍ଷୀର ଆଉ ଚିନି ସହ ମୁଢ଼ି

ସିଂଘଡା ସହ ଟମାଟୋ ଚକଟି ମୁଢ଼ି


କଟକର ଦହିବରା ଆଳୁଦମ

କିଏ ବା ନଖାଇଛି !

ପୋଟଳ କସା !

ଏସବୁ ଖାଇବାକୁ ମନ ତରସି ଯାଏ

ପାଟିରୁ ଲାଳ ବୋହେ

ଓଡ଼ିଆଙ୍କ ପ୍ରିୟ ଖାଦ୍ୟର ତାଲିକା ଲେଖୁଥିଲେ

କବିତା ଗଳ୍ପଟିଏ ହେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract