STORYMIRROR

Reeta aparajeeta Mohanty

Classics Inspirational

3  

Reeta aparajeeta Mohanty

Classics Inspirational

ଓଡ଼ିଆ ନବ ବର୍ଷ

ଓଡ଼ିଆ ନବ ବର୍ଷ

1 min
322


ଆସିଛି ଓଡ଼ିଆ ନବ ବର୍ଷ

ଆସ ସଭିଏଁ ନୂଆ ବର୍ଷ 

ପାଳିବା ହସି ହସି।

ଆଜି ସୂର୍ଯ୍ୟ କିରଣ ଲାଗେ ନୂଆ ନୂଆ

ପୁର ପଲ୍ଲୀ ଗାଁ ଗଣ୍ଡା ସବୁ ସବୁ ହସୁଛି

କେତେ ମହନୀୟ ଆମ ପର୍ବ ପରମ୍ପରା

ଆମ ସଂସ୍କୃତି

ଚଇତି ପର୍ବ ପରେ ପରେ

ପଣା ସଂକ୍ରାନ୍ତି ପର୍ବ ଆସେ ହସି ହସି

ବୋଉ ଠେକି ବାନ୍ଧି ତୁଳସୀ ଚଉଁରl 

ମୂଳରେ କରୁଥିଲେ ପୂଜା

ପାଣି ଝରା ଘଟିରେ ବାନ୍ଧିଦେଉଥିଲେ ସୁନ୍ଦରିଆ ସାଲୁକନା

ଛତୁ କଦଳୀ କ୍ଷୀର ଦେଇ

ଭୋଗ ଦେଉଥିଲା ଖୁଆଇ

ତା ପରେ ବେଲ ପଣା ର ଆସର

କ୍ଷୀର ,ଛେନା,କଦଳୀ,ଆମ୍ବ କଷି

ଅଦା,ଗୁଡ଼,ଗୋଲ ମରିଚ ର ପଣା

ଆହା କି ଭଲ ଲାଗୁଥିଲା।

ନିଜେ ସେଇ କଥା କରୁଛି 

ହେଲେ ସେ ସ୍ୱାଦ ମିଳୁନି

ଆଜି ହନୁମାନ ଙ୍କ ଜନ୍ମ ତିଥି

ଆଜି ପବିତ୍ର ଓଡ଼ିଆ ନୂଆ ବର୍ଷ

ଖାଲି ଓଡ଼ିଆ ନୁହେଁ 

ପ୍ରତି ଭାରତୀୟ ଙ୍କ ମନରେ 

ପ୍ରାଣରେ ନବ ଉର୍ଜା ଭରୁ।

ଜୟ ଜଗନ୍ନାଥ ପ୍ରତି ପ୍ରାଣରେ

ତୁମେ ବିଜେ କର।

ସବୁରି ମଙ୍ଗଳ କର ।


Rate this content
Log in

Similar oriya poem from Classics