STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଓଡ଼ିଆ ମୋ ମାତୃଭାଷା

ଓଡ଼ିଆ ମୋ ମାତୃଭାଷା

1 min
361

ବାନ୍ଧି ଅଛି ଗଣ୍ଠି ହୃଦ କଣେ ମୋର

      ମାତୃଭାଷା ସର୍ବୋପରି,

    ରକ୍ଷା ମାତୃଭାଷା ପାଇଁରେ କବିତା

      କରୁଛି ନିତ୍ୟେ ତିଆରି।


    ଆଦର ହୁଏଟି ଉତ୍କଳ ରାଜ୍ୟରୁ

      ଆନନ୍ଦିତ ମନ ହୁଏ,

    ରହିଛି ଶରଧା ବିଚ୍ଛିନ୍ନ ଭୂମିରେ

      ଦୁଃଖ ଆମ ପାଇଁ ହୁଏ।

 

    ଆସୁ ଅଛି ବହି ଓଡିଶା ରାଜ୍ୟରୁ

      ଛାତ୍ରଛାତ୍ରୀ ପାଇଁ ଏଠି,

    ଓଡ଼ିଆ ପଢନ୍ତି ଓଡ଼ିଆର ଛାତ୍ର

      ପ୍ରୀତି ମାତୃଭାଷା ଏଠି।


    ପର୍ବ ଓ ପର୍ବାଣୀ ଉତ୍କଳର ପରି

      ନାହିଁ ଭିନ୍ନ ଏଠି କିଛି,

    ହୁଏ ନୂଆଖାଇ ବିଚ୍ଛନ୍ନାଞ୍ଚଳରେ

      ଭୁଲି ନାହିଁ ଏଠି କିଛି।


    ପୂଜା ଗଜଲକ୍ଷ୍ମୀ ହୁଏଟି ଏଠାରେ

       ଥିଲାରେ ଉତ୍କଳ ଭୂମି,

    ହୁଏ ଅନୁତାପ ରାସ୍ତା ନାହିଁ କିଛି

       ଓଡ଼ିଆ ଜନଙ୍କ ଭୂମି।


     ଅଛନ୍ତି ଓଡ଼ିଆ ଲକ୍ଷ୍ୟ ଲକ୍ଷ୍ୟ ଏଠି

       ସିଂହଭୂମି ଓଡ଼ିଆଙ୍କ,

     ଦାୟିତ୍ୱ ଅବଶ୍ୟ ଉତ୍କଳର ଏଠି

       ଧ୍ୟାନ ରହି ଥାଉ ତାଙ୍କ।


     କରନ୍ତି ମହିଳା ମାଣବସା ବ୍ରତ

       କରନ୍ତି ଲକ୍ଷ୍ମୀଙ୍କ ପୂଜା,

     ରଜ ସଂକ୍ରାନ୍ତିଟି ପାଳିତ ଏଠାରେ

       ରୀତି ନୀତିରେଟି ପୂଜ।


     ସବୁତ ପର୍ବାଣୀ ଓଡିଶାର ପରି

       ଓଡିଆ ସଂସ୍କୃତି ଏଠି,

     ଉତ୍କଳ ପୁରୋଧା ପୂଜନ ଏଠରେ

       ପାଳନ ଜୟନ୍ତୀ ଏଠି।


      ଗୁଞ୍ଜୁ ଅଛି ନାମ ମଧୁବାବୁଙ୍କର

       ଗୁଞ୍ଜୁ ଅଛି ଗୋପବନ୍ଧୁ,

      ସମ୍ମାନ ତାଙ୍କର ହୁଏଟି ଅପାର

       ବିଚ୍ଛିନ୍ନ ଭୂମର ବନ୍ଧୁ।


      ଚିନ୍ତାଟି ଏଠାର ମାତୃଭାଷା ପାଇଁ

        ଶିକ୍ଷା ମିଳୁ ଓଡ଼ିଆରେ,

      ପଢନ୍ତୁ ସନ୍ତାନେ ଓଡ଼ିଆ ଭାଷାରେ

        କରହେ ବ୍ୟବସ୍ଥା ତାରେ।


      ଅଧିକାର ଆମ ମାତୃଭାଷା ଶିକ୍ଷା

        ବ୍ୟବସ୍ଥା କର ତାହାରେ,

      ମାତୃଭାଷା ପାଇଁ ଏଠି ଆନ୍ଦୋଳନ

        ଧ୍ୟାନ ପଡୁ ଭାଇ ଥରେ।


      ଜାଗ୍ରତ ହୁଅନ୍ତି ଓଡ଼ିଆ ଏଠାରେ

       ଧ୍ୟାନ ହେଲା ମାତୃଭାଷା,

      ପଢନ୍ତି ଓଡିଆ ଲେଖନ୍ତି ଓଡିଆ

        ଓଡ଼ିଆ ଆମରି ଭାଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract