STORYMIRROR

Maitreyee Kamila

Abstract

3  

Maitreyee Kamila

Abstract

ଓଡ଼ିଆ ହାଇକୁ

ଓଡ଼ିଆ ହାଇକୁ

1 min
260

ନଈ


ଧାରେ ଲୁହର

ମଝିରେ ସେ ଆକାଶ

ଲେଉଟି ଚାହେଁ


ଆକାଶ


ନୀଳ କାହିଁକି

ସ୍ବପ୍ନ ସବୁ ସଯାଏ

ଜହ୍ନ ଜୋଛନା


ଗଛ


ସବୁଜିମା ସେ

ବନ ଜଙ୍ଗଲ ଶୋଭେ

ଚହଟେ ଫୁଲ

 

ସମୁଦ୍ର


ଢେଉର ମେଳ

କୂଳକୁ ଛୁଉଁ ଛୁଉଁ

ଶାମୁକା ହସେ


ଜହ୍ନ


ବାଦଲ ଢାଙ୍କି

ଲୁଚାଏ ଗାଢ଼ ରାତି

ସାଉଁଟା ସ୍ବପ୍ନ


ବର୍ଷା

ଏ ବର୍ଷା ଝରେ

ମେଘର ଗଜ଼ଲରେ

ଭିଜେ ଓଢଣୀ


କ୍ଷେତ


ସବୁଜ କ୍ଷେତ

ଧାଡ଼ିଧାଡ଼ି ଧାନ ର

ସୁନା ଫସଲ


ଶବ୍ଦ


ବେଙ୍ଗୁଲି ରାଣୀ

କୂଆ ର କାଆ କାଆ

ଶୁଭୁଛି କାନେ


ବନ୍ୟା


ପାଣିର ସୁଅ

ଅସ୍ତ୍ୟ ବ୍ୟସ୍ତ ଜୀବନ

ଆଗକୁ ଛୁଟେ


ଲୁହ


ଲୁହର ବନ୍ୟା

ଉବୁଟୁବୁ ନଈରେ

ଖୋଜୁଛି କୁଳ                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract