ଓଡ଼ିଆ ଭାଷୀଙ୍କୁ ନେଇ ଉତ୍କଳ
ଓଡ଼ିଆ ଭାଷୀଙ୍କୁ ନେଇ ଉତ୍କଳ
ଓଡିଶାକୁ ନେଇ ଉତ୍କଳ ନୂହେଟି
ବିଚ୍ଛନ୍ନାଚଳ ଭି ସଙ୍ଗେ,
ହୋଇଛି ବିଚ୍ଛନ୍ନା ଭୂମି ଉତ୍କଳରୁ
ଅଟେ ଅନ୍ୟ ରାଜ୍ୟ ସଙ୍ଗେ ।
କାନ୍ଦନ୍ତି ଓଡ଼ିଆ କଷ୍ଟରେ ଅଛନ୍ତି
ଉତ୍କଳ ଦାୟିତ୍ୱ ସବୁ,
ଓଡିଶା ଦେଇଛି ଅନ୍ୟ ହିଁ ରାଜ୍ୟକୁ
ଅଟନ୍ତି ଓଡ଼ିଆ ସବୁ ।
ବଞ୍ଚିତ ଶିକ୍ଷାରୁ ହୁଅନ୍ତି ସେମାନେ
ଓଡିଆର ଶିକ୍ଷା ନାହିଁ
ନାହାନ୍ତି ଶିକ୍ଷକ ନମିଳେଟି ବହି
ମାତୃଭାଷା ଶିକ୍ଷା ନାହିଁ ।
ଓଡିଶା ରାଜ୍ୟର କର୍ତ୍ତବ୍ୟ ହିଁ ଏବେ
ବିଚ୍ଛନ୍ନା ଭୂମିର ପାଇଁ,
କିପରି ମିଳିବ ଶିକ୍ଷା ଓଡ଼ିଆ ରେ
କର୍ତ୍ତବ୍ୟ ଟି ତାହା ପାଇଁ ।
ଆନ୍ଦୋଳନ ହେଲା ଶିକ୍ଷାର ନିମନ୍ତେ
ବିଚ୍ଛନ୍ନାଚଳରେ ଭାଇ,
ଗୁଞ୍ଜନ କରିଲା ଓଡିଶା ରାଜ୍ୟରେ
କରିବେ ନିଦାନ ଭାଇ ।
ଟିଭି ଚେନେଲରୁ ବୁଦ୍ଧିଜୀବୀଙ୍କର
ଆଲୋଚନା ହେଲା ଜରେ୍
ଶିକ୍ଷାମନ୍ତ୍ରୀ ତହୁଁ ଲେଖିଲେଟି ଚିଟ୍ଠି
ଝାଡ଼ଖଣ୍ଡ ସରକାରେ୍ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଲେଖିଲେଟି ପତ୍ର
ଝାଡ଼ଖଣ୍ଡ ଆମ ରାଜ୍ୟେ,
ତାର ଫଳାଫଳ ଜଣା ଗଲା ନାହିଁ
ଚିନ୍ତିତ ଓଡ଼ିଆ ରାଜ୍ୟେ ।
ବହି କି ମିଳିବ ଝାଡ଼ଖଣ୍ଡ ରାଜ୍ୟେ
ସ୍ବୀକାର କଲା କି ରାଜ୍ୟ?
ଓଡ଼ିଆ ଶିକ୍ଷକ ଦେବ କି ସ୍କୁଲେ?
ହୋଇଲା କି ଶୁଭକାର୍ଯ୍ୟ ।
ନପାରନ୍ତି ଜାଣି ଓଡ଼ିଆ ଏଠାରେ
ରୋଦନ ଶୁଭୁଛି ଜରେ୍ ,
ଆନ୍ଦୋଳନ ଏବେ ସ୍ଥିର ହୋଇ ଅଛି
ଚିନ୍ତିତ କରୁଛି ଜରେ୍ ।
ଅଧିକାର ଆମ ମାତୃଭାଷା ଶିକ୍ଷା
ସମ୍ବିଧାନେ ଅଧିକାର,
ଲଜ୍ୟ ଲାଗୁ ଅଛି କହିବାକୁ ଅନ୍ୟେ
ଶୀଘ୍ର ହେଉ ପ୍ରତିକାର ।
ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟମନ୍ତ୍ରୀ ସଙ୍ଗେ
ଭେଟି ଥିଲେ ବୁଦ୍ଧିଜୀବୀ,
ଓଡ଼ିଆ ସମସ୍ୟା ଦୂର କି ହୋଇଲା
ନକହିଲେ ବୁଦ୍ଧିଜୀବୀ ।
ନିରବତା ତାଙ୍କ ଚିନ୍ତିତ କରୁଛି
ଶୁଭ ସମାଚାର ନାହିଁ,
ପ୍ରତିକ୍ରିୟା ନାହିଁ ନିରବତା କିମ୍ପା
କରୁଛି ଚିନ୍ତିତ ତହିଁ ।
ଓଡିଶାକୁ ନେଇ ଉତ୍କଳ ନୂହେଟି
ବିଚ୍ଛନ୍ନାଚଳ ଭି ସଙ୍ଗେ,
ହୋଇଛି ବିଚ୍ଛନ୍ନା ଭୂମି ଉତ୍କଳରୁ
ଅଟେ ଅନ୍ୟ ରାଜ୍ୟ ସଙ୍ଗେ ।
