STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

ନୟନ

ନୟନ

1 min
179


ମୁଁ ଆଖି ବୁଜିଲେ ତୋତେ ପାଖରେ ପାଏ।

ଆଖି ଖୋଲିଲେ ପରଦା ପଛରେ 

ଛୁପି ତୁ ଯାଏ।

ତୋ ଆଖିରେ ମୋ ଆଖି ମିଶିଗଲେ,

ଅଜଣା ପୁଲକ ହୃଦୟେ ଜାଗେ।

କି ଭାବ ଲଗାଇ ବାନ୍ଧୁରେ କାଳିଆ,ମନ କୋଉଠି ଆଉ ନ ଲାଗେ।

ଧଳା ଡୋଳାକୁ କଳା ଡୋଳାରେ

ସଜେଇ, ଯେତେବେଳେ ମୁଁ ରଙ୍ଗେଇ ଦିଏ।

ମୋ ଆଖି ଡୋଳାରୁ ଆନନ୍ଦାଶ୍ରୁ ଟପଟପ ହୋଇ ଝରେ।

ଆପଣା ଛାଏଁ ତୋ ପାଖେ ନିଜକୁ

ସମର୍ପି ଦିଏ।

ଜାଗର ଜାଳି ମୁଁ ନୟନ ନୀରରେ ତୋ ଆସିବା ବାଟକୁ

ଚାହିଁ ଥାଏ।

ଆଜିତୁ ଆସିବୁ,ଆଜିତୁ ଆସିବୁ

ସବୁଦିନ ମୁଁ ଭାବେ।

ଲୁହ ଗଡିଗଡି ପରଳ ମାଡିଲା,ଆଖି ଫୁଟିଗଲା କହିଲୁଦେଖି ଆସିବୁ ତୁ ଆଉ କେବେ।

ସାରା ଦୁନିଆରେ ତୋ ନାଁ ରେ

ଚକାଡୋଳାର ଡଙ୍କାବାଜେ।

ସ୍ଵରଚିତ କବିତା। ଅମିତା ଦାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy