STORYMIRROR

Raja Sekhar CH V

Classics

3  

Raja Sekhar CH V

Classics

ନୂତନ ପରିଚୟ

ନୂତନ ପରିଚୟ

1 min
242

ଏହି ଜୀବନ ରେ ଅଛି କାନ୍ଦିବା-ହସିବା

ନିଜ ସବୁ କାମ କର୍ତ୍ତବ୍ୟ କରି ଚାଲିବା

କିନ୍ତୁ ସର୍ବଦା ଗୋଟାଏ କାମନା ରଖିବା

ନିଶ୍ଚୟ ଆଧ୍ୟାତ୍ମିକ ଜ୍ଞାନ ଅର୍ଜନ କରିବା


ଆଜୀବନ ଏକ ନୂତନ ଲକ୍ଷ୍ୟ ରଖିବା

ପୂରଣ ହେବା ପାଇଁ ପ୍ରଚେଷ୍ଟା କରିବା

କଷ୍ଟ-ନଷ୍ଟ ଯୋଗୁଁ କେବେ ନ ଡରିବା

ଧୈର୍ଯ୍ୟ ସହ ସମସ୍ତ ପରିସ୍ଥିତି ଲଢ଼ିବା


ନିଜର ଅନନ୍ୟ କଳା-କୌଶଳ ରଖିବା

ନିଜର ଆତ୍ମବିଶ୍ୱାସ ପରିପୂର୍ଣ୍ଣ ରଖିବା

ନିୟମିତ ଭାବେ ଅଭ୍ୟାସ କରୁ ଥିବା

ନିଜର ଏକ ନୂତନ ପରିଚୟ ପାଇବା


ନିରନ୍ତର ପ୍ରୟାସ ରୁ ସଫଳତା ପାଇବା

ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବା

ଯଥାସମୟରେ ଉଚିତ ସାହାଯ୍ୟ କରିବା

ଶ୍ରୀଜଗନ୍ନାଥଙ୍କ ସହସ୍ରନାମ ଶୁଣିବା ପଢ଼ିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics