STORYMIRROR

Pradeep Kumar Panda

Abstract

4  

Pradeep Kumar Panda

Abstract

ନୂଆଖାଇ

ନୂଆଖାଇ

1 min
150

ପଶ୍ଚିମ ଓଡିଶା ଗଣପର୍ବଇଏ

ନାମ ତାର ନୂଆଖାଇ ।

ଭାଦ୍ରବର ଶୁକ୍ଳ ପଞ୍ଚମୀ ତିଥିରେ

ଏହି ପର୍ବ ପଡ଼ିଥାଇ ।


ଦେଶ ବିଦେଶରୁ ପରିବାର ଲୋକେ

ଆସନ୍ତି ଘରକୁ ଫେରି ।

ନୂଆଖାଇ ପର୍ବ ପାଳନ କରନ୍ତି

ମନରେ ଆନନ୍ଦ ଭରି ।।


ପିନ୍ଧି ନୂଆବସ୍ତ୍ର ଚନ୍ଦନ ସିନ୍ଦୂର

ଧୂପ ଦୀପ ଫୁଲ ନେଇ ।

ମା ସମଲେଇ ମନ୍ଦିରେ ନବାର୍ଣ୍ଣ

ଭୋଗ ବାଢ଼ିଥାନ୍ତି ଯାଇ ।।


ପୂର୍ବମୁଖାହୋଇ ପରିବାର ଲୋକେ

ନବାର୍ଣ୍ଣ ଭୁଞ୍ଜି ବସନ୍ତି ।

ସ୍ନେହ ପ୍ରେମ ଶ୍ରଦ୍ଧା ପ୍ରତୀକ ବଡ଼ଙ୍କୁ

ନୂଆଖାଇ ଜୁହାରନ୍ତି ।।


କୃଷି ଭିତ୍ତିକ ଏ ଗଣପର୍ବ ଅଟେ

ଭେଦ ଭାବ ଭୁଲି ଯାଇ ।

ହିଂସା ରାଗ ରୁଷା ମନରୁ ପାଶୋରି

ସ୍ନେହ ପ୍ରେମ ଯୋଡି ଥାଇ ।।


ସନ୍ଧ୍ୟାରେ ହୁଏ ଭଜନ କୀର୍ତ୍ତନ

ନାଚ ଗୀତର ଆସର ।

ଖେଳ କଉତୁକେ ଦିନ ବିତି ଯାଏ

ମିଳେ ଆନନ୍ଦ ଅପାର ।।


ନୂଆ ଚାଉଳରର ଖିରି ପିଠା ପଣା

କ୍ଷେତରେ ଭୋଗ ଲଗାଇ।

ଘରର ବଡ଼ଙ୍କୁ ଜୁହାର କରିବା

ଏହିପ୍ରଥା ଅଛି ରହି ।।


ସରବେ ଜଣାନ୍ତି ମା ସମଲେଇ

ହରିବୁ ସବୁରି ଦୁଃଖ ।

ମନ ବାଞ୍ଛା ଆମ ପୂରଣ କରିବୁ

ଜୀବନରେ ଦେବୁ ସୁଖ ।।


ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ

ମାଆ ଗୋ ସମଲେଶ୍ୱରୀ

ତୋହରି ଆଶିଷେ ଘରେ ଘରେ ଯାଉ

ଧନ ଧାନ୍ୟରେ ପୁରୀ ।।


ମା ସମଲେଇ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ 


Rate this content
Log in

Similar oriya poem from Abstract