STORYMIRROR

Priyadarsini Das.

Inspirational

3  

Priyadarsini Das.

Inspirational

ନୂଆ ସକାଳ

ନୂଆ ସକାଳ

1 min
11.7K

କିଛି ନୂତନତ୍ବ ର ଆଗମନ ବେଶ୍ ରୋମାଞ୍ଚକର

ବାସ୍ କିଛି ଦରକାର ସାହସ , କିଛି ଶକ୍ତି


କଷ୍ଟ ନୁହେଁ ନୂଆ ସକାଳ ର ସ୍ଵାଗତ

ବାସ୍ ଏକାଠି ଥିବା ଦରକାର କିଛି ମୁଠା


କିଛି ବିପଦ ପରେ ପୁଣି ଆସେ ନୂଆ ସକାଳ

ହାତ ସହ ହାତ ମିଶାଇ ବେଶ୍ ଆଗେଇବାକୁ ଅଛି

ଆଗକୁ , ଆହୁରି ଆଗକୁ


ସେହି ସକାଳ ର କିରଣ ପଡ଼ୁଥିବ ସଭିଙ୍କ ଉପରେ


କି ମାନବ କି ପାଦପ

କି ଲତା କି ତରୁ


କି ରଙ୍କ କି ରାଜା 

ସଭିଏ ଗାଧେଇ ହେଉଥିବେ ସେଇ ନୂଆ ସକାଳ ରେ


ସେ ନୂଆ ସକାଳ ବାଛିବନି 

କିଏ ଧନୀ କିଏ ଗରିବ


ବାସ୍ ବିଛୁରି ଦେବ ନୂଆ ରଶ୍ମି ,, ନୂଆ ରଙ୍ଗ

ନୂଆ ସକାଳ ର ସେ ସୁନେଲି କିରଣ

ବେଶ୍ ଲୋଭନୀୟ


ଆକର୍ଷଣ କରେ ସଭିଙ୍କ ମନକୁ

ନୂଆ ସକାଳ ଦିଏ ନୂଆ ରଙ୍ଗ

ସୃଷ୍ଟି କରେ ନୂଆ ସ୍ନେହ


ଆମେ ବି ଆଗେଇ ଯିବା

ସେଇ ନୂଆ ସକାଳ ରାସ୍ତାରେ


ଯାହା ହଟାଇ ଦେବ ସବୁ ବିପଦ ର ରାତି କୁ

ଲିଭାଇ ଦେବ ସମସ୍ୟା ର ଅନ୍ଧାର କୁ

ସୃଷ୍ଟି ହେବ ନୂଆ ସକାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational