ନୂଆ କୀର୍ତ୍ତି ଆଣେ ଆଜିର ନାରୀ
ନୂଆ କୀର୍ତ୍ତି ଆଣେ ଆଜିର ନାରୀ
କୀର୍ତ୍ତିର କାହାଣୀ ଲେଖେ ଭାରତ,
ପ୍ରଭୁ ବାଲ୍ୟରୂପ ହେଲା ସ୍ଥାପିତ,
ନାରୀଙ୍କ ସମ୍ମାନ ରାଷ୍ଟ୍ରେ ବହୁତ,
କର୍ତ୍ତବ୍ୟେ କର୍ମ କରୁଛନ୍ତି ନିତ୍ୟ ହେ।
ଗୌରବ ଆଣନ୍ତି ନାରୀ ହେ,
ରାମରାଜ୍ୟ ପରି ଶାସନ ଦେଶର
ଅମୃତର କାଳ ଏହୁ ହେ ।
ସତ୍ୟର ପଥରେ ସର୍ବଦା ନାରୀ,
ଧର୍ଯ୍ୟ ପ୍ରତିମୂର୍ତ୍ତି ଶକ୍ତିର ଧାରି,
କରୁଣା ମମତା ହସ୍ତରେ ଧରି,
ନୂଆ ଆବିଷ୍କାର ଅମୂଲ୍ୟ କାର୍ଯ୍ୟ ହେ।
ଅଛନ୍ତି ଆଗୁଆ ସଦା ହେ,
ନୂଆ ଇତିହାସ ଲେଖୁଛି ଭାରତ
ତହିଁ ନାରୀ ଯୋଗଦାନ ହେ ।
ଦେଖ କୃଷି କ୍ଷେତ୍ରେ ନାରୀର କାର୍ଯ୍ୟ,
ରଖିଛି ଗୃହସ୍ତା ଧର୍ମରେ ଧର୍ଯ୍ୟ,
ହୋଇଛି ରାଷ୍ଟ୍ର ସୁରକ୍ଷାରେ ସଜ,
ରାଜନୀତି କାର୍ଯ୍ୟ କରୁଛି ହେ।
ପ୍ରଣାମ କରେ ମୁଁ ପଦେ ହେ,
କିବା ରାମରାଜ୍ୟ ହେଲା ଆବିର୍ଭାବ
ଲେଖେ ନାରୀ ଇତିହାସ ହେ ।
ବୈଜ୍ଞାନିକ ହୋଇ କୀର୍ତ୍ତି ଆଣୁଛି
ଗୌରବ ଗାଥାକୁ ନିତ୍ୟେ ଲେଖିଛି
ହୃଦେ ରାଷ୍ଟ୍ର ପ୍ରେମ ଭରି ରହିଛି
କର୍ମ ସେ କରୁଛି ରାଷ୍ଟ୍ରର ହୀତେ ହେ
କୀର୍ତ୍ତି ଯଶ ଆଣୁ ଅଛି ହେ,
ନୂଆ ଭାରତର ସପନ ପୂରଣ
କରୁଛି ଆଜିର ନାରୀ ହେ ।