ନୂଆ ଖାଇ
ନୂଆ ଖାଇ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପରଵରେ ପରବ
ସବୁଠୁ ସରସ ନୂଆ
ଖାଇ ଗଣ ପରବ
ମେଘମାଳରେ ସୁଶୋଭିତ
ପଶ୍ଚିମ ଓଡ଼ିଶାର ଗୌରବ
ପକ୍ବ ଧାନକ୍ଷେତରୁ ଆଣି
ନୂଆ ଧାନ
ମଉଜରେ ପାଳନ୍ତି ପରବ
ପୂର୍ବ ପ୍ରସ୍ତୁତି କଣିଥାନ୍ତି
କିଣି ନୂଆ ଲୁଗା ଚୁଡି ଶଙ୍ଖା
ନୂଆ ହାଣ୍ଡି ଚକନି ପତର
ପୁଣି ନା ନା ଦରବ
ବିଦେଶରୁ ଆସନ୍ତି ବନ୍ଧୁ ବାନ୍ଧଵ
ଆଉ କୁନି ଛୁଆ ଭାଇ ଭାଉଜ
ପ୍ରଭାତରେ ନୈବେଦ୍ୟ ହୂଏ
ନୂଆ ଚାଊଳର ଖିରି
ପିଠା ପଣା ଇଷ୍ଟ ଦେବୀ
ମା ସମଲେଇ ଙ୍କୁ
ଲୋଭନ୍ତି ମାଙ୍କ କଲ୍ୟାଣ
ମୟ ଆଶୀର୍ବାଦ
ହୁଏ ଛୋଟରୁ ବଡ ସଭିଙ୍କ
ଭେଟଘାଟ
ସଭିଏଁ ବୟଜ୍ଯେଷ୍ଠଙ୍କୁ
କରନ୍ତି ପ୍ରଣାମ
ପାଇ ଥାନ୍ତି ଶୁଭାଶିଷ
କରନ୍ତି ଧବଳମୁଖୀ
ମା ସମଲାଇଙ୍କୁ ଦର୍ଶନ
ମନକୁ ମଉଜି
କାଟନ୍ତି ଦିନ ।