STORYMIRROR

कार्त्तिक सेठी

Inspirational

2  

कार्त्तिक सेठी

Inspirational

ନୂଆ ବରଷ

ନୂଆ ବରଷ

1 min
354


ନୂଆ ବରଷ ଦିଅ ହରଷ ସବୁରି ତନୁ ମନେ

ଭୁଲି ନିରାଶା ବାନ୍ଧିଛୁଁ ଆଶା ତୁମରି ଆଗମନେ ।।

ସରସ ହେଉ ନୀରସ ମନ ଆଶା ଆଲୋକ ନେଇ

ଜ୍ଞାନ ବିଜ୍ଞାନେ ନାରୀ ସମ୍ମାନେ ଶିଖର ଯାଉ ଛୁଇଁ ।।

କୃଷକ ଭାଇ ଫସଲ ଦେଇ ହସାଉଥାଉ ମହୀ

ସୈନିକ ଭାଇ ବନ୍ଧୁକ ନେଇ ହସୁ ସୀମାନ୍ତେ ଥାଇ ।।

ଧରମ ନାମେ ଚାଲିଛି ଯେତେ ହିଂସା, ବାଦ ଓ କଳି

ମାନବ ଧର୍ମେ ଦୂରେଇ ଦେବା ମନରୁ ଯେତେ ମଳି ।।

ସ୍ଵାଧ୍ୟାୟ ହେଉ ପ୍ରତି ମନର ସଂସ୍କାରୀ ବିବେଚନା

ନିଜକୁ ଭଲ ଗଢିଲେ ଆମେ ଦେଶ ହୋଇବ ସୁନା ।।

ପ୍ରେମର ଗୀତ ଗାଇବା ମିତ ନୂଆ ବରଷେ ମିଳି

ଆପଣା ପର କରିବା ଦୂର ସ୍ଵାର୍ଥ କୁ ଦେବା ବଳି ।।


-ସେଠୀ କାର୍ତ୍ତିକ ଚନ୍ଦ୍ର, ଚଉମୁଖ ,ବାଲେଶ୍ଵର ଦୂରଭାଷ :୬୨୮୧୬୯୫୮୯୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational