STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ନୂଆ ବରଷ

ନୂଆ ବରଷ

1 min
185

ନବ ବର୍ଷ 

ତୁମେ ଶବ୍ଦରେ 

ତୁମେ ପ୍ରାରବ୍ଧରେ 

ତୁମେ ଝଡ଼ରେ ପୁଣି ନୀଡ଼ରେ 

ନବବର୍ଷ 

ତୁମେ ସ୍ୱୀକୃତି 

ତୁମେ ପ୍ରସ୍ତୁତି 

ତୁମେ ତୃପ୍ତି ପୁଣି ଆସକ୍ତି 

ନବବର୍ଷ 

ତୁମେ ସମ୍ଭାବନା 

ତୁମେ ନୁହେଁ ବିଡ଼ମ୍ବନା 

ତୁମେ ମହାମନା ଦିବ୍ୟଚେତନା 

ନବବର୍ଷ 

ତୁମେ ଆଶାରେ 

ତୁମେ ନିଶାରେ 

ତୁମେ ପେଷାରେ ପୁଣି କଷାରେ 

ନବବର୍ଷ 

ତୁମେ ରଜନୀଗନ୍ଧା ସ୍ତବକ 

ତୁମେ ପଦ୍ମତୋଳାର ବାହାକ 

ତୁମେ ମରୁଦ୍ୟାନର ପୁଷ୍ପକ 

ତୁମେ ଆଲୋକ ତୁମେ ପୁଲକ 

ନବବର୍ଷ 

ତୁମେ ଝରାଅନା ଲୁହ 

ତୁମେ ଫୁଟାଅନା କୋହ 

ତୁମେ ଭରିଦିଅ ମୋହ 

ତୁମେ କିଛି ତ ବାର୍ତ୍ତା ଦିଅ ପୁଣି ଶିଖାଇଯାଅ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational