ନୂଆ ବରଷ
ନୂଆ ବରଷ
ନବ ବର୍ଷ
ତୁମେ ଶବ୍ଦରେ
ତୁମେ ପ୍ରାରବ୍ଧରେ
ତୁମେ ଝଡ଼ରେ ପୁଣି ନୀଡ଼ରେ
ନବବର୍ଷ
ତୁମେ ସ୍ୱୀକୃତି
ତୁମେ ପ୍ରସ୍ତୁତି
ତୁମେ ତୃପ୍ତି ପୁଣି ଆସକ୍ତି
ନବବର୍ଷ
ତୁମେ ସମ୍ଭାବନା
ତୁମେ ନୁହେଁ ବିଡ଼ମ୍ବନା
ତୁମେ ମହାମନା ଦିବ୍ୟଚେତନା
ନବବର୍ଷ
ତୁମେ ଆଶାରେ
ତୁମେ ନିଶାରେ
ତୁମେ ପେଷାରେ ପୁଣି କଷାରେ
ନବବର୍ଷ
ତୁମେ ରଜନୀଗନ୍ଧା ସ୍ତବକ
ତୁମେ ପଦ୍ମତୋଳାର ବାହାକ
ତୁମେ ମରୁଦ୍ୟାନର ପୁଷ୍ପକ
ତୁମେ ଆଲୋକ ତୁମେ ପୁଲକ
ନବବର୍ଷ
ତୁମେ ଝରାଅନା ଲୁହ
ତୁମେ ଫୁଟାଅନା କୋହ
ତୁମେ ଭରିଦିଅ ମୋହ
ତୁମେ କିଛି ତ ବାର୍ତ୍ତା ଦିଅ ପୁଣି ଶିଖାଇଯାଅ
