STORYMIRROR

Sunanda Mohanty

Tragedy Fantasy Others

4  

Sunanda Mohanty

Tragedy Fantasy Others

ନର୍କ

ନର୍କ

1 min
373


ହାଡ଼ ନଥିବା ପୁଳେ ମାଂସ ନଥିବା 

 ଭୁଭୁକ୍ଷୁ ବୋଲାଉଥିବା 

ଘରରମଣିଷମାନେ କରୁଥାନ୍ତି ତର୍କ 

ଭେକ ଓ ଭୋକ ପାଇଁ ଖୋଜନ୍ତି ଅର୍କ 

 ତେବେ ଘର ନାଁ ଯଦି ନର୍କ 

ସ୍ୱର୍ଗଠୁ କଣ ଫରକ 

ସ୍ଵର୍ଗରେ ପାରିଜାତ 

ସ୍ଵର୍ଗରେ ଆୟୁଷ ଅନେଶତ 

ସ୍ଵର୍ଗରେ ଇନ୍ଦ୍ରଙ୍କ ସଭାରେ ନାଚ ଗୀତ 

ନାହିଁ ମାୟା ମୋହ ଲୋଭ 

କେବଳ ସ୍ୱାଦ ପାଉଥିବ ଜିଭ 

ଏମିତି ସ୍ବର୍ଗ ସୁଖ ନିଶ୍ଚୟ ମହର୍ଗ 

ମର୍ତ୍ତେ ଅଛି ସ୍ୱର୍ଗ 

ମହାର୍ଘ ସେ ନୈବେଦ୍ୟ 

ଅବଢ଼ା କୈବଲ୍ୟ ନିର୍ମାଲ୍ୟ

ଏକ ଏକ ଅଭେଦ 

ନା ଥିବ ଲୁହ ଲହୁ ଶୋକ କି ଦୁଃଖ 

କେବଳ ଭୋଖରୁ ମୁକ୍ତ ମୋକ୍ଷ 

ପାଇଲେ ତୋରାଣୀ ଶେଷରେ ସ୍ୱର୍ଗ ସୁଖ 

ମଣିଷ ସବୁ ସାଜି ଯକ୍ଷ

ଉଡେଇ ପକ୍ଷ 

ଯିବାକୁ ସଜ ସ୍ୱର୍ଗକୁ ହେଲେ ଯାଆନ୍ତି ନର୍କ 

କରନା ଯୁକ୍ତି ତର୍କ 

ତର୍କ କରି କରି ସଂସାରେ ବିମୁଖ 

କର୍ମ ନକରି ଖୋଢିଆ କୋଉ ପାଇବ ସୁଖ 

ଯିବାକୁ ହେବ ସ୍ୱର୍ଗ ନାମେ ନର୍କ


Rate this content
Log in

Similar oriya poem from Tragedy