STORYMIRROR

Neelima Nivedita Behera

Inspirational

2  

Neelima Nivedita Behera

Inspirational

ନର

ନର

1 min
13.5K



ନରଟିଏ ବୋଲି ତ

ଅହରହ ଖୋଜୁଥାଏ ନିଜକୁ

ଚିହ୍ନା ଅଚିହ୍ନା ଅନେକ ସ୍ଥାନରେ ...

ବେଶୀ ବେଶୀ କିନ୍ତୁ ସୁଢୋଳ ସ୍ତନରେ

ଶିଶୁ ଥିଲାବେଳେ ସେ ଉଣ୍ଡାଳେ ତା’ ମା’ର ସ୍ତନ

ଆଉ ଯୁବକ ହେଲା ପରେ

ଭଦ୍ରାମିର ମୁଖା ପିନ୍ଧି ଲୁଚାଏ ନିଜ ଉଚ୍ଚାଟ ମନ ।

ନରଟିଏ ବୋଲି ତ

ତା’ ପାଇଁ ଯେତକ ଆକଟ

ଠିକଣା ଜାଗାରେ ପହଞ୍ଚିବାକୁ ତାକୁ

ନୋଳ ମୁକୁଟରୁ ଚଉଠି ରାତି ଯାଏଁ

ତିଆରିବାକୁ ପଡ଼େ କଥାକଥିତ ସାମାଜିକ ବାଟ !

ନର ବୋଲି ତ ମନା ତାକୁ ଚାହିଁବାକୁ, ଛୁଇଁବାକୁ, ଚୁମିବାକୁ

ସମ୍ପର୍କର ଏରୁଣ୍ଡିରେ ସେପାଖେ ଥାଇ ଏପାଖକୁ ଉଣ୍ଡିବାକୁ !


ନର ବୋଲି ତ ଉଦ୍ଦାମତାକୁ ଦମନ କରିବାକୁ ଯାଇ

ଦଳି ଦିଏ ଫୁଟିଲା ଫୁଲ ଓ ଦରଫୁଟିଲା କଢ,

ନିଜକୁ ଦେଖିବା ପ୍ରୟାସରେ

ବାରମ୍ବାର ବିବସ୍ତ୍ର କରେ ନାରୀକୁ

ଅସାମାଜିକ ବୋଲାଇ

ଭାଙ୍ଗିଦିଏ ବିବେକ ଶୃଙ୍ଖଳର ପାହାଡ଼ !

ନର ବୋଲି ତ ପୁତ୍ର, ପିତା କିମ୍ବା ପତି ହେଇ

ନାରୀ ପାଇଁ ସାଜେ ଗର୍ବ ଓ ଗୌରବ

ନର ବୋଲି ତ ନିଜ ମନଭାଙ୍ଗି ବି ରଖେ ନାରୀର ମାନ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational