ନୋଟ୍ ଲଗେଇଛି ନାଟ
ନୋଟ୍ ଲଗେଇଛି ନାଟ
ଗରମା ଗରମ୍ ଖଡ ଖଡ୍ ହୋଇ
ମାରେ ସେ ବଡ଼ କୁହାଟ,
ଚିହ୍ନ ଦଳ ବଳ ଯାଃ ବି ହଉ
କରେ ସେ ସୁଗମ ବାଟ
ଯେବେ ଆସିଥାଏ ଭୋଅଟ ।
ମନ୍ତିରୀ ଜନ୍ତିରୀ ଗୁଣ୍ଡା ତାଉଟରୀ
ସର୍ବେ ହୋନ୍ତି ଲଟପଟ,
ପଲ୍ଲୀ ସଭା ଠାରୁ ଦିଲ୍ଲୀ ସଭା ଯାଏ
ନୋଟ୍ ଲଗେଇଛି ନାଟ ।
ଦିନ ରାତି ପୁଣି ଘିରି ଘିରି ବୁଲେ
ଝିଅଙ୍କ ଲାଙ୍ଗୁଳା ଫଟ,
କିଏ ଦାୟୀ କରେ ଅମୁକ ସମୁକ
କିନ୍ତୁ ଦାୟୀ ଏକା ସେଇ ନୋଟ ।
ପି ସି କାରବାରେ ପେଷହୋଇଯାଏ
ଗାନ୍ଧୀ ଙ୍କ ପ୍ରିୟ ଅରଟ,
ନୋଟ୍ ପାଖେ ଥିଲେ ନୋ ଟେନ୍ ସନ୍
ସମାଜେ ନ ଆଉଟ ।