Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ନମସ୍ତେ ମା' ଚନ୍ଦ୍ରଘଣ୍ଟା

ନମସ୍ତେ ମା' ଚନ୍ଦ୍ରଘଣ୍ଟା

1 min
203


ନମସ୍ତେ ମା' ଚନ୍ଦ୍ରଘଣ୍ଟା ଶାର୍ଦ୍ଦୁଳ ବାହନୀ l

ଚଉଦବ୍ରହ୍ମାଣ୍ଡେ ଶୁଭେ ଦିବ୍ୟ ଘଣ୍ଟାଧ୍ୱନୀ ll


ମହିଷା ନିଧନେ ମାତ ହେଲୁ ଆବିର୍ଭୂତା l

ଦେବଗଣ ଅସ୍ତ୍ରଶସ୍ତ୍ରେ କଲେ ବିଭୂଷିତା ll


ସୁର ପତି ଇନ୍ଦ୍ର ପ୍ରଦାନିଲେ ଦିବ୍ୟ ଘଣ୍ଟା l

ଘୋଷିବାକୁ ବ୍ରହ୍ମାଣ୍ଡରେ ବ୍ରହ୍ମଜ୍ଞାନ କଥା ll


ସେ ଘଣ୍ଟାରେ ପୁରିଥାଇ ଐରାବତ ବଳ l

ପ୍ରଣବ ନାଦରେ ପୁରେ ବ୍ରହ୍ମାଣ୍ଡ ମଣ୍ଡଳ ll


ସର୍ବଵାଦ୍ୟମୟୀ ଅଟେ ସେହି ଘଣ୍ଟାନାଦ l

ସଂସାର ସୃଷ୍ଟି କାରେଣୀ ପ୍ରଣବ ଶବଦ ll


ସାଧକେ ସିଦ୍ଧି ଲଭିଲେ ଜପି ନାରାୟଣୀ l

କର୍ଣ୍ଣପୁଟେ ଶୁଣିଥାନ୍ତି ସେ ଘଣ୍ଟାର ଧ୍ୱନୀ ll


ଜୀବ ମୃତ୍ୟୁକାଳେ ଶୁଣି ଚନ୍ଦ୍ରଘଣ୍ଟା ଧ୍ୱନି l

ଯମଙ୍କ ବାହନ କଣ୍ଠେ ବାଜେ କିଣି କିଣି ll


ମାତୃ ସେବକେ ପ୍ରତୀତ ମାତୃ ଆଗମନୀ l

ନମଃ ନମଃ ଚନ୍ଦ୍ରଘଣ୍ଟେ ଜଗତ ଜନନୀ ll


ତପ୍ତକାଞ୍ଚନ ପରାୟେ ତୋର ରୂପ କାନ୍ତି l

ତିନି ନେତ୍ର ଦଶଭୁଜେ ସୁଶୋଭନ ଅତି ll


ମସ୍ତକେ ଶୋଭଇ ତୋର ଅର୍ଦ୍ଧଚନ୍ଦ୍ର ଘଣ୍ଟା l

କଲ୍ୟାଣମୟୀ ତୁ ଭାଙ୍ଗୁ ଦୁର୍ଜନର ଅଣ୍ଟା ll


ବୀରରସେ ତୋ ମୂରତି ରାଜେ ଝଟ ଝଟ l

ଭକ୍ତି ଭରେ ପୁଜେ ମାତା ଭକତେ ନିକଟ ll


ମାହେଶ୍ୱରୀ ମହାମାୟୀ ଜଗତ ପାଳିନୀ l

ନମସ୍ତସୈ ନମସ୍ତସୈ ନମଃ ନାରାୟଣୀ ll

         



Rate this content
Log in

Similar oriya poem from Inspirational