STORYMIRROR

Jyotsnarani Panda

Children

3  

Jyotsnarani Panda

Children

ନମ୍ରତା

ନମ୍ରତା

1 min
336

ନମ୍ରତା ଶବ୍ଦର ଅନେକ ମହତ

   ବିଦ୍ୟାର୍ଥୀର ଦିଵ୍ୟ ଗୁଣ 

ଗୁରୁଜନେ ସଦା ବିନମ୍ର ରହିଵ 

   କରିବନି ହେଳାପଣ ।


ଜେଜେ ଜେଜୀ ଯଦି ରୋଗଗ୍ରସ୍ତ ଥାନ୍ତି

   ନିତ୍ୟ ସେବା କରୁଥିଵ

ବାର୍ଦ୍ଧକ୍ୟରେ ତାଙ୍କ ଆଶାବାଡି ସାଜି

  ଆଶୀର୍ବାଦ ସାଉଁଟିବ ।


ପିତାମାତା ଆଉ ଦାଦା ଖୁଡିଙ୍କର

   ଆଜ୍ଞା ମାନି ଚଳୁଥିବ

ସାନ ଭାଇ ସାନ ଭଉଣୀକୁ ସଦା

   ସ୍ନେହଶ୍ରଦ୍ଧା ଢାଳୁଥିବ ।


ଘରକୁ ଅତିଥି ଆଗମନ କଲେ

   ଯଥାର୍ଥ ସମ୍ମାନ ଦେବ

ସେହି ଯେ ଦେବତା ଏହି ସାରକଥା

   ମନୁ ନ ପାଶୋରିଯିଵ ।


ବିଦ୍ୟାଳୟେ ଗୁରୁ ଗୁରୁମା ମାନଙ୍କୁ 

   ପ୍ରଣିପାତ କରୁଥିଵ

ବ୍ରହ୍ମା, ବିଷ୍ଣୁ , ମହେଶ୍ୱର ସିଏ ଜାଣ

    ଜୀବନ ସାର୍ଥକ ହେବ ।


ସର୍ଵଶେଷେ ପ୍ରଭୁ ସୃଷ୍ଟିକର୍ତ୍ତାଙ୍କୁ ଯେ

   ନିତ୍ୟ ସ୍ମରୁଥିବ ମନେ

ଦୁଃଖ କଷ୍ଟ କେବେ ସ୍ପର୍ଶ କରିବନି

    ପୁଣ୍ୟ ଲଭିବ ଜୀବନେ ।


ବିନମ୍ରତା ଗୁଣେ ଦୁନିଆ ଜିଣିଵ 

   ହୋଇ ତୁମେ ପ୍ରିୟପାତ୍ର

ଭକତି ସମ୍ମାନ କରିବ ମହାନ

   ତୋଳି ସୁଖ ଶୀରିକ୍ଷେତ୍ର‌‌‌ ।



Rate this content
Log in

Similar oriya poem from Children