STORYMIRROR

Bidyadhar Sethi

Inspirational

3  

Bidyadhar Sethi

Inspirational

ନକ୍ସା

ନକ୍ସା

1 min
692

ଏଇତ ଆମ ପରମ୍ପରାର ଇତିହାସ

ଲିପିବଦ୍ଧ ଯାହା ପୁରୁଣା ଫର୍ଦ୍ଦରେ

ବୁଢା ବରଗଛର ଓହଳ ପରି

ମାଟିକୁ ଛୁଇଁଛୁଇଁ ଯାଏ ଯେମିତି

ସତେ ଅବା ବୁଢୀ ଅସୁରୁଣୀର

ଅଲାବଲା ମୁକୁଳା କେଶଗୁଚ୍ଛ

ବିବର୍ଣ୍ଣ ଚେହେରାରେ ସମିଶ୍ରିତ

ବିକୃତ ପ୍ରତିଛବିଟିଏ ।


କିଏ କହେ ପୂର୍ବଜନ୍ମର କର୍ମଫଳ

ଅଦୃଶ୍ୟ ଭାଗ୍ୟବଳେ ଭୋଗିବାକୁ ହୁଏ

ଅବଶ୍ୟ ନିୟତିର ନିଷ୍ଠୁର ନିର୍ଦ୍ଦେଶ

ଅବା ସମୟର ଲୁଚକାଳି ଖେଳ

ବଦଳେନା ବାସ୍ତବର ରୂପରେଖ

ନିଷ୍ପ୍ରଭ ଲାଗେ ସୁନେଲି ସ୍ବପ୍ନ ଯେତେ

ମିଳାଇଯାଏତ ପାଣିର ଫୋଟକା ପରି

ଅହର୍ନିଶ ଅଦିନିଆ ଝଡର ସ୍ପର୍ଶରେ ।


ମାଟିରେ ମାଟି ହୁଏ ସିନା ମାଟିର ମଣିଷ

ନିଜର ଅପ୍ରାକୃତିକ ପ୍ରତିବିମ୍ବ

କେବେ ନିଜ ଛାଇରେ ଲୁଚିଯାଏ

ପୁଣି କେବେ ରହିରହି ଶୁଭେ

ବିକରୁଣ ପ୍ରତିଶବ୍ଦ

ଗୋତି ଶ୍ରମିକର କପାଳରୁ କେବେ

ବହିଯାଏ ବିନ୍ଦୁବିନ୍ଦୁ ଝାଳ

ସଭ୍ୟତାର ନକ୍ସା ଆଙ୍କୁଆଙ୍କୁ

ବିଜୟର ଭେରୀ ବାଜେ ସିନା

ଅସହିଷ୍ଣୁତାର ଧୂମ୍ର ବଳୟରେ

କଠୋର ସତ୍ୟକୁ ସାମ୍ନା କରିବା

ତା'ପାଇଁ ହୁଏ ଦୁଃସହ ନିଶ୍ଚୟ ।


ଅମାବାସ୍ୟାର ଘନ ଅନ୍ଧକାରେ

କେବେ ସେ ତାରା ଗଣେ ଆକାଶରେ

ବୁଝିପାରେନା ଜୀବନର ମୂଲ୍ୟ

ଦାଦନ ଖଟୁଥିବା ମାଟିର ମଣିଷଟି

କେତେବେଳେ ଅକାଳରେ ଝରିପଡେ

ସମୟ ସୁଅରେ........।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational