STORYMIRROR

Biswajit Sahoo

Inspirational

3  

Biswajit Sahoo

Inspirational

ନକଲି ଲେଖା

ନକଲି ଲେଖା

1 min
184


                  

 ଭାବିଲି ଦିନେ ପତ୍ରିକା ପାଇଁ

 ଲେଖିବି ବୋଲି ଲେଖା,

 କେତେ କଳ୍ପନା କରି ମୁହିଁ ମନେ

 ଧରିଲି କଲମ ଖାତା।

 କଥା ଲେଖିବି କି ଗୀତ ଲେଖିବି

 ଭାବି ନ ପାରିଲି ମୁହିଁ,

 ପତ୍ରିକା ପାଇଁ ଦେଲେଣି ସମସ୍ତେ

 ସମୟ ତ ଆଉ ନାହିଁ।

 କେଉଁ ନାୟିକାର କାହାଣୀ ଲେଖିବି

 ଆଙ୍କିବି କାହାର ଚିତ୍ର,

 ସାହିତ୍ୟ ସଙ୍ଗୀତ ସମୂଦ୍ର କୂଳେ ମୁଁ

 ଜଳ ବିନ୍ଦୁ ଏକମାତ୍ର।

 ଓଲଟାଇ ଗୋଟେ ପୁରୁଣା ପତ୍ରିକା

 କାହାଣୀ ଗୋଟିଏ ଦେଖି,

 ଧଳା କାଗଜରେ ମୋହରି ନାମରେ

 ଆନନ୍ଦରେ ଗଲି ଲେଖି।

 ଏହି ସମୟରେ ପଛୁଆ କାନକୁ

 କିଏ ସେ ଧରିଲେ ଟାଣି,

 ବୁଲି ଦେଖେ ବାପା ଠିଆ ପାଶେ ମୋର

ମୁଖୁ ନ ସ୍ଫୁରଇ ବାଣୀ।

 ଧୀରେ ହସି ହସି କହିଲେ ନ ଦିଅ 

 ଏପରି ନକଲି ଲେଖା,

ନକଲ କରନ୍ତି ନକଲ ମଣିଷ

 ଏହା ନୁହେଁ ତୋର ଶିକ୍ଷା।

ନକଲି ଲେଖାକୁ ପତ୍ରିକାରେ ଦେଲେ

ହସୁଥିବେ ଲୋକେ ଚାହିଁ,

ପତ୍ରିକାର ସୃଷ୍ଟି ହୋଇଛି ସବୁରି

କଳ୍ପନାର ବୃଦ୍ଧି ପାଇଁ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational